ଗାନ୍ଧୀ ଜୟନ୍ତୀ ଅବସରରେ ମାଗଣା ଲୁଣ ବଣ୍ଟନ ସହ ସ୍ବଚ୍ଛତା ଓ ନିଶା ନିବାରଣ ସଚେତନତା।

utkalnews7
By
0

ଗାନ୍ଧୀ ଜୟନ୍ତୀ ଅବସରରେ ମାଗଣା ଲୁଣ ବଣ୍ଟନ ସହ ସ୍ବଚ୍ଛତା ଓ ନିଶା ନିବାରଣ ସଚେତନତା।


ଟାଙ୍ଗୀ,୨।୧୦,(ଉତ୍କଳ ନ୍ୟୁଜ୍୭) :  ଗାନ୍ଧୀ ଜୟନ୍ତୀ ଅବସରରେ ମାଗଣା ଲୁଣ ବଣ୍ଟନ ସହ ସ୍ବଚ୍ଛତା ଓ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି।ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜୟନ୍ତୀରେ ନିରାକାରପୁର ସାମ୍ବାଦିକ ସଂଘ ଓ ଗୋପବନ୍ଧୁ ସମାଜ ସେବା ନିରାକାରପୁର ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ନିରାକାରପୁର ସାମ୍ବାଦିକ ସଂଘ ସଭାପତି ଦୀପକ ପ୍ରଧାନଙ୍କ ନେତୃତ୍ବରେ ସାମ୍ବାଦିକ ଶ୍ୟାମ  ସୁନ୍ଦର ପଟ୍ଟନାୟକ, ଲଛମନ ନାୟକ, ହିମାଂଶୁ ଭୂଷଣ ଚଂପତିରାୟ, ବିକ୍ରମ କେଶରୀ ସାହୁ,ବିଭୁତି ଭୂଷଣ ଦାଶ,କପିଳେଶ୍ଵର ସିଂହ, ପ୍ରକାଶ ବଳିୟାରସିଂହ, ଞାନ ରଂଜନ ଦାଶ, ସୁଚିତ୍ର ରଂଜନ ଭୁଜବଳ, ଦାଶରଥି ଶ୍ରୀଚନ୍ଦନ, କାର୍ତିକ ସାମନ୍ତସିଂହାର ପ୍ରମୁଖଙ୍କ ସହ ଗୋପବନ୍ଧୁ ସମାଜ ସେବା ସଂପାଦକ ପ୍ରସାଦ ଦାଶ ମିଳିତ ଭାବେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ନିରାକାରପୁର, ରାମେଶ୍ଵର, ଜଂକିଆ,ଛଣଗିରି, ଓଳସିଂହ ପଂଚାୟତରେ ଏହି ସବୁ କାର୍ଯ୍ୟକ୍ରମ କରାଯାଇଥିଲା।

Post a Comment

0 Comments

Please Select Embedded Mode To show the Comment System.*