ପ୍ରଶାସନ ସହଯୋଗରେ ସହିଦ୍ ଗ୍ରାମରୁ ଲୋକ ସେବା ଭବନ ଗଲା ଅହିଂସା ବୃକ୍ଷରୋପଣ ଲାଗି ମାଟି।

utkalnews7
By
0

 ଶହିଦଙ୍କ ଗ୍ରାମରୁ ଲୋକ ସେବା ଭବନ ଗଲା ମାଟି।



ନୟାଗଡ଼,୩୦।୯,(ଉତ୍କଳ ନ୍ୟୁଜ୍୭):ଅକ୍ଟୋବର ମାସ ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ରେ ଓଡିଶାର ନୂତନ ଲୋକ ସେବାଭବନ ପରିସରରେ ଅଂହିସା ବୃକ୍ଷ ରୋପଣ କରାଯିବ l ଏଥିପାଇଁ ଓଡିଶାର ତିରିଶଟି ଜିଲ୍ଲାରୁ ପବିତ୍ର ଜଳ, ପବିତ୍ର ମାଟି ଦ୍ୱାରା ଅଂହିସା ବୃକ୍ଷ ରୋପଣ କରାଯିବ l ଜାତିର ପିତା ମୁହାତ୍ମା ଗାନ୍ଧୀ ଓଡିଶାର ଯେଉଁ ଜିଲ୍ଲା ଓ ବ୍ଲକକୁ ଆସିଥିଲେ l ସେହି ଗ୍ରାମ ଓ ସହରର ପବିତ୍ର ମାଟି ଓ ଜଳ ଏବଂ ଯେଉଁ ଜିଲ୍ଲାକୁ ଯାଇ ପାରିନାହାନ୍ତି l ସେହି ଜିଲ୍ଲାର ପ୍ରତିଷ୍ଟତ ମନ୍ଦିର ପାଖ ନଦୀ ଓ ଇଂରେଜ ଶାସନ  ସମୟରେ ଦେଶପାଇଁ ଶହୀଦି ହୋଇଥିବା ଗ୍ରାମର ପବିତ୍ର ମାଟି ଦ୍ୱାରା ବୃକ୍ଷ ରୋପଣ କରାଯିବାପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବା ବେଳେ l ଆଜି ନୟାଗଡ଼ ଜିଲ୍ଲାର କଣ୍ଟିଲ ନୀଳମାଧବ ପୀଠ ପାଖ ମହାନଦୀରୁ ପବିତ୍ର ପାଣି ନୁଆଁଗାଁ ବ୍ଲକ ଥୁବାରୀ ସହିଦ ଗ୍ରାମର ପବିତ୍ର ମାଟି ଜିଲ୍ଲାପାଳ କାର୍ଯ୍ୟଳୟକୁ ଅଣାଯାଇଥିଲା l ସେଠାରେ ଜିଲ୍ଲାପାଳ ଡ଼ ପମାଟୁଡୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ପ୍ରଧାନ, ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲାପରିଷଦ କାର୍ଯ୍ୟନିବ୍ରାହି ଅଧିକାରୀ ସୁବାଷ ଚନ୍ଦ୍ର ରାୟ,ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ ପରିଡା,ସହ ଜିଲ୍ଲାପାଳ ଆୟୁଷି ମହାପାତ୍ର, ଶୁଭାଷ୍ଣଂଗ୍ଧା ସେଠି, ଲୋକ ସୂଚନା ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ମାନେ ଉପସ୍ଥିତ ରହି କଳସରେ ରଖଜିଇଥିବା ପବିତ୍ର ପାଣି ଓ ମାଟି ଜିଲ୍ଲାପାଳଙ୍କ ଦ୍ୱାରା ଲୋକ ସୂଚନା ସମ୍ପର୍କ ଅଧିକାରୀ ଶ୍ରୀ ସାହୁଙ୍କୁ ଜିଆଯାଇଥିଲା l ଏବଂ ଯେଉଁ ଗାଡ଼ିରେ ପବିତ୍ର ମାଟି ଓ ପାଣି ନିଆଗଲା ଜିଲ୍ଲାପାଳ ଡ଼ ଟୁଡୁ ପତାକା ଦେଖାଇ ବିଦାୟ ଦେଇଥିଲେ l

Post a Comment

0 Comments

Please Select Embedded Mode To show the Comment System.*