(୧୩୨ଟି ମାମଲାରେ ସମାଧାନ )
ଭାପୁର,୩୧।୧୦,(ଉତ୍କଳ ନ୍ୟୁଜ୍୭): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପରିସରରେ ସୋମବାର ଦିନ ବ୍ଲକସ୍ତରୀୟ ଯୁଗ୍ମ ଜନ ଶୁଣାଣୀ ଶିବିର ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କୁ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ରାଉଳ ଜୈନ୍, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଚାରୁ କୁମାର ବଳ,ସ୍ଥାନୀୟ ତହସିଲଦାର ଲଗ୍ନଜିତ ବେହେରା, ବିଡ଼ିଓ ରଞ୍ଜିତ କୁମାର ମଲ୍ଲିକ, ଖଣ୍ଡପଡା ଏସ୍ଡଡିପିଓ ପ୍ରଭାତ କୁମାର ମଲ୍ଲିକ ଓ଼ ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ସମେତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ । ୧୯ଟି ଗ୍ରାମପଞ୍ଚାୟତରୁ ଆସିଥିବା ଲୋକମାନଙ୍କର ବିଭିନ୍ନ ପ୍ରକାରର ୨୦୪ଅଭିଯୋଗ ପଞ୍ଜିକୃତ ମଧ୍ୟରୁ ୭୫ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୪ଟି ସାମୁହିକ ଅଭିଯୋଗ ଗୁଡିକୁ ଜିଲ୍ଲାପାଳ ଶ୍ରୀ ସାହୁ ତଦାରଖ କରି ତତ୍କାଳ ୧୩୨ଟି ଅଭିଯୋଗର ସମାଧାନ କରିଥିଲେ।ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୧୮ଜଣଙ୍କୁ ଓ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୨ଜଣ ଦରଖାସ୍ତକାରୀଙ୍କୁ ଆର୍ଥିକ ସହାୟତା ମଞ୍ଜୁରୀ କରିଥିଲେ । ଏହି ଜନ ଶୁଣାଣୀ ଶିବିରକୁ ଫତେଗଡ଼ ଥାନା ପୋଲିସ ବାହିନୀ ଓ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ ।