ନିରାକାରପୁରରେ ଆମ ପୋଲିସ କାର୍ୟ୍ୟକ୍ରମ ଅନୁଷ୍ଠିତ।

utkalnews7
By
0


ଟାଙ୍ଗୀ,୩୧।୧୦,(ଉତ୍କଳ ନ୍ୟୁଜ୍୭) :  ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପୋଲିସ ପକ୍ଷରୁ ରାମେଶ୍ଵର ଠାରେ ଆମ ପୋଲିସ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିରାକାରପୁର ଥାନା ନିରିକ୍ଷଣ ସୁଚିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ରାମେଶ୍ଵର ଗ୍ରାମପଞ୍ଚାୟତ କାର୍ୟାଳୟ ଠାରେ ଅଂଚଳର ବୁଦ୍ଧିଜିବି, ଲୋକ ପ୍ରତିନିଧି ଓ ମହିଳା ଗୋଷ୍ଠୀ ଙ୍କୁ ନେଇ ଏକ ଆଲୋଚନା ଚକ୍ର କରାଯାଇଥିଲା। ନିରାକାରପୁର ଥାନା ଇଲାକାରେ କିଭଳି ଭାବେ ଅପରାଧିକ କାର୍ୟ୍ୟକଳାପ ରୋକାଯାଇପାରିବ ଓ ପୋଲିସ-ସାଧାରଣ ଜନତା ମଧ୍ୟ ରେ ଥିବା ଦୂରତା ଦୂର କରି ସହଯୋଗ ମିଳିପାରିବ , ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟ ରେ ଉପ ନିରିକ୍ଷକ ଦିପାଲିସା ନାୟକ, ହାବିଲଦାର ରତ୍ନାକର ବେହେରା କାର୍ୟ୍ୟକ୍ରମରେ ସହଯୋଗ କରିଥିବା ବେଳେ ଅଂଚଳର ଜନସାଧାରଣ ବହୁସଂଖାରେ ଯୋଗ ଦେଇଥିଲେ। ଥାନା ପକ୍ଷରୁ ପୂର୍ବରୁ କରାଯାଇଥିବା ଆମ ପୋଲିସ କାର୍ୟ୍ୟକ୍ରମରେ ସାମ୍ବାଦିକ ମାନଙ୍କୁ ଅଣଦେଖା କରିବା ବୈଠକ ଦିନ ଜଣେଇବା ଭଳି ଏହି କାର୍ୟ୍ୟକ୍ରମ ରେ ମଧ୍ୟ ଅନୁରୂପ ଭାବେ ସମାନ ଘଟଣା ଘଟିଥିବା ଲକ୍ଷ କରାଯାଇଥିଲା। ଏଥିପାଇଁ ସାମ୍ବାଦିକ ସଂଘ ଅସନ୍ତୋଷ ପ୍ରକାଶ କରିଛି।ଆଗାମୀ ଦିନରେ ଏ ଦିଗ ପ୍ରତି ଥାନା ନିରିକ୍ଷକ ଦୃଷ୍ଟି ଦେବାକୁ ସାମ୍ବାଦିକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

Post a Comment

0 Comments

Please Select Embedded Mode To show the Comment System.*