Ad Code

Responsive Advertisement

ପୂର୍ବ ଶତ୍ରୁତାରୁ ବଳି ପଡିଲା ୪ମାସର ଗର୍ଭ ।


ନୟାଗଡ଼(ଉତ୍କଳ ନ୍ୟୁଜ୍ରି୭)୭/୧୨:ମରିଗଲା ମାନବିକତା ,ଭୁଲିଗଲେ ହିତାହିତ ଜ୍ଞାନ, ଗର୍ଭବତୀ ମହିଳାଙ୍କୁ ମାଡ଼ ମାରି ନଷ୍ଟ କରିଦେଲେ ଗର୍ଭ l ନୟାଗଡ ଜ଼ିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବାଦୀଲୋ ଗ୍ରାମରେ ଘଟିଛି ଏହି ହୃଦୟ ବିଦାରକ ଦୃଶ୍ୟ l ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉକ୍ତ ଗ୍ରାମର ଅଯୋଧ୍ୟା ଜେନା ଓ ପଠାଣି ଜେନାଙ୍କ ମଧ୍ୟ୍ୟରେ ହୋଇଥିଲା ଝଗଡା l ପଠାଣି ଜେନାଙ୍କ ପରିବାର ଲୋକେ ଏକତ୍ରିତ ହୋଇ ଅଯୋଧ୍ୟା ଜେନାକୁ ମାଡ଼ ମାରୁଥିଵାବେଳେ ସ୍ୱାମୀକୁ ରକ୍ଷା କରିବାକୁ ଆସି ଆକ୍ରମଣ କାରୀଙ୍କର ଶିକାର ହୋଇଥିଲେ ପତ୍ନୀ l ନୃଶଂସତାର ସବୁ ସୀମା ସରହତ ଡେଇଁ ଗର୍ଭବତୀ ମହିଳାଙ୍କ ପେଟକୁ ମାଡ଼ ମାରିଥିଲେ ଆକ୍ରମଣକାରି l ଫଳରେ ଗର୍ଭ ଥିବା 4ମାସର ଶିଶୁ ଦୁନିଆ ଦେଖିବା ପୂର୍ବରୁ ଆଖି ମୁଜିଦେଇଥିଲା l ଗର୍ଭ ନଷ୍ଟ ହେବାପରେ ନ୍ୟାୟ ପାଇଁ ଥାନାର ଦ୍ୱରାସ୍ଥ ହୋଇଥିଲେ ସ୍ୱାମୀ ସ୍ତ୍ରୀ l ଏହି ଘଟଣାରେ ଫତେଗଡ଼ ପୋଲିସ ମିଲୁ ଜେନାକୁ ଗିରଫ କରିଛି l ଦୁନିଆ ଦେଖିବା ପୂର୍ବରୁ 'ମା' ପେଟରେ ଶିଶୁକୁ ମାରିଦେଲେ ଆକ୍ରମଣ କାରୀ l ଏ ସଭ୍ୟ ସମାଜରେ ମଣିଷ ଯେ କେତେ ତଳକୁ ଖସିପାରେ ଏଘାଟଣାରୁ ହଁ ସ୍ପଷ୍ଟ ଜଣାପଡୁଛି l

Post a Comment

0 Comments