୪ମୃତ ପକ୍ଷୀ ଜବତ,ଶୀକାରୀ ଗିରଫ।

utkalnews7
By
0

ଟାଙ୍ଗୀ(ଉତ୍କଳ ନ୍ୟୁଜ୍୭)


୭/୧୨: ଚିଲିକା ରେ ଅହରହ ଚାଲିଛି ପକ୍ଷୀ ଶିକାର।କେତେବେଳେ କଇଁଫୁଲ ନାଡ଼ରେ ବିଷ ଦେଇ ତ କେତେବେଳେ ବନ୍ଧୁକ ମୁନରେ।ଲଗାତାର ଚିଲିକାରେ ପକ୍ଷୀ ଶିକାର ବଢୁଥିବା ବେଳେ ଆଜି ଜଣେ ପକ୍ଷୀ ଶିକାରୀକୁ ଦୋଛିଆଁ ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟସ୍ଥ ଆଲିପଡ଼ା ନାଳ ନିକଟରୁ ଗିରଫ କରିବା ସହ ୪ଟି ମୃତ ପକ୍ଷୀ ଜବତ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ।ଶିକାରୀ ନିକଟରୁ ଦୁଇ ଗୋଟି ମୃତ ବଡ଼ ବତକ ଏବଂ ଦୁଇ ଗୋଟି ମୃତ କାମ ଚଢେଇ ଜବତ କରାଯାଇଛି।ଗିରଫ ଶୀକାରୀ ଜଣକ ହେଲେ ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଅଞ୍ଚଳର କବିରାଜ ରାଉତ (୩୭)। ଗିରଫ ଶିକାରୀଙ୍କ ବିରୋଧରେ ୧୦ଟି/୨୧-୨୨ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଟାଙ୍ଗୀ ବନ୍ୟପ୍ରାଣୀ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି।ଆଗାମୀ ଦିନରେ ପାଟ୍ରୋଲିଂ ଆହୁରି କଡାକଡି କରାଯିବ ବୋଲି ଚୁଡ଼ାରାଣୀ ମୁର୍ମୁ କହିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*