ଜଙ୍ଗଲ ଜମିରୁ ଜବରଦଖଲ ଉଚ୍ଛେଦ ।

utkalnews7
By
0


ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ମୋଟୁ ନିକଟରେ ଥିବା ଇସମାଇଲ ନଗରରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ବୁଲଡୋଜର ବୁଲିଛି। ମାଲକାନଗିରି ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ଦତ୍ୱାବଧାନରେ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ଆଜି ସକାଳୁ ପ୍ରାୟ ୨୨ ଏକର ଜଙ୍ଗଲ ଜମିରେ ଗଢି ଉଠି ଥିବା ବିଶାଳ କୋଠା ଘରକୁ ବୁଲଡୋଜର ଲଗାଇ ମାଟିରେ ମିଶାଇ ଦିଆ ଯାଇଛି। ଅନେକ ବର୍ଷ ହେଲା ଏହି ସ୍ଥାନରେ ମୋଟୁର ଜଣେ ଆର୍ୟୁର୍ବେଦିକ ଡାକ୍ତର ଏକ ଜଡିବୁଟି କାରଖାନା ସ୍ଥାପନ କରି ରୋଗୀ ସେବା କରି ଆସୁଥିଲେ। ସେଠାରେ ଏକ ଦୁଇତାଲା ବିଲଡିଂ ସହ ଡାକ୍ତର ଚାମ୍ବର, ରୋଗୀ ପାଇଁ ଅପେକ୍ଷା ଗୃହ, ଚେର ମୂଳିରୁ ପ୍ରସ୍ତୁତ ଏକ ଔଷଧ କାରଖାନା, ଏକ ଔଷଧୀୟ ବଗିଚା ରହିଥିଲା। ତେବେ ବେଆଇନ ଭାବରେ ଜଙ୍ଗଲ ଜମିରେ ଏହି କାରଖାନା ସ୍ଥାପନ ହୋଇଥିବା ଅଭିଯୋଗ ହେବା ପରେ ଗତ ବର୍ଷ ପ୍ରଶାସନ ପକ୍ଷରୁ ଘର ଖାଲି କରିବାକୁ ନୋଟିସ ଜାରି କରାଯାଇଥିଲା। ଜଡିବୁଟି କାରଖାନାକୁ ମାଲକାନଗିରି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସିଲ କରି ଦିଆଯାଇଥିଲା। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ପ୍ରଶାସନ ମୋଟୁର ଏହି ଇସମାଇଲ ନଗରକୁ ବୁଲଡୋଜର ମାଟିରେ ମିଶାଇ ଦେଇଥିବାର ଦେଖିବାକୁ ମିଳିଛି। ଆଜି ବୁଲଡୋଜର ସହିତ ପୋଲିସ ଫୋର୍ସ ଉପସ୍ଥିତ ଥିବାର ଦେଖାଯାଇଥିଲା।

Post a Comment

0 Comments

Please Select Embedded Mode To show the Comment System.*