ବସ୍ ସହିତ ବାଇକ ଧକ୍କା, ଜଣେ ଗୁରୁତର।

utkalnews7
By
0


ନୟାଗଡ଼,(ଉତ୍କଳ ନ୍ୟୁଜ୍୭),୦୫/୦୮:ନୟାଗଡ଼ ଜିଲ୍ଲା ଓଡ଼ଗାଁ ଦଲବ ଛକ ନିକଟରେ ସଡ଼କ ଦୁର୍ଘଟଣା। ଭୁବନେଶ୍ୱର ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ଏକ ସରକାରୀ ବସ୍ ଓଡି-୦୨ ବିଏ-୦୮୭୨ ସହିତ ଓଡ଼ଗାଁ ଦଲକ ଛକରେ ଏକ ବାଇକ୍ ଧକ୍କା ଦେବା ଫଳରେ ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି। ବାଇକ୍ ଚାଳକ ଜଣଙ୍କ ଓଡ଼ଗାଁ ଥାନା ଅଧୀନ ଘୁଣ୍ଟାସାହିର ବସନ୍ତ କୁମାର ମାଝୀ (୪୫)ବୋଲି ଜଣାପଡିଛି।ଗୁରୁତର ଆହତ ଅବସ୍ଥାରେ ବସନ୍ତକୁ ପ୍ରଥମେ ଓଡ଼ଗାଁ ଡାକ୍ତରଖାନାକୁ ନିଆଯାଇଥିବାବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଓଡ଼ଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସରକାରୀ ବସକୁ ଜବତ ରଖିଥିବା ଜଣାପଡିଛି।

Post a Comment

0 Comments

Please Select Embedded Mode To show the Comment System.*