ଆଜାଦିକୀ ୭୫ବର୍ଷ ଅମୃତ ମହୋଉତ୍ସବ ଅବସରରେ କୁନି କଉଡ଼ିଆଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ।

utkalnews7
By
0


ରାଜସୁନାଖଳା,୬/୮,(ଉତ୍କଳ ନ୍ୟୁଜ୍୭): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଅlର୍ଚlର୍ଯ୍ୟ ନିରଞ୍ଜନ ତାରାସଙ୍କ ତତ୍ୱାବଧାନରେ ଆଜି ପୂର୍ବାହ୍ନ ୮ଘାଣ୍ଟିକା ସମୟରେ ଆଜାଦିକୀ ୭୫ବର୍ଷ ଉପଲକ୍ଷେ ରାଜସୁନାଖଳା ଗ୍ରାମସ୍ଥ ନେଳିଆ ପୋଖରୀଠାରୁ ଜଳ ଆଣି ଚାଲିଚାଲି ଅମୃତେଶ୍ୱର ଶୈବପୀଠ ପର୍ଯ୍ୟନ୍ତ ନଗର ପରିକ୍ରମା କରି କୁନିକାଉଡିଆମାନେ ଜଳଭାର ନେଇ ଅମୃତେଶ୍ୱର ଶୈବପୀଠରେ ଜଳଲାଗି କରିଥିଲେ ଏହି କାର୍ଯ୍ୟକ୍ରମରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୯୦ଜଣ କୁନିକାଉଡିଆମାନଙ୍କ ସହିତ ଅଭିଭାବକ  ଓ ସରସ୍ବତୀ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମା ଯୋଗଦେଇ ଆଜାଦିକୀ ୭୫ବର୍ଷ ଅମୃତ ମହୋଉତ୍ସବ ପାଳନ କରିଥିଲେ l ଅଭିଭାବକଙ୍କ ହୁଳହୁଳି ହରିବୋଲରେ ଶବ୍ଦରେ ଅଧ୍ୟ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିଲା lସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ତରଫରୁ ଏହିକାର୍ଯ୍ୟକ୍ରମ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅଧ୍ୟ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ସ୍ଥାନୀୟ ଅଞ୍ଚଳରେ ଅଧ୍ୟ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିଲା  ଏନେଇ ଗ୍ରାମବାସୀ ବହୁ ବୁଦ୍ଧିଜୀବୀ ଏଭଳି କାର୍ଯ୍ୟାକୁ ଉଚ୍ଚ ପ୍ରଶଂସା କରିଛନ୍ତି।

ରାଜସୁନାଖଳା ରୁ ଯଦୁନାଥ ସାମନ୍ତରାୟଙ୍କ ରିପୋର୍ଟ।
Tags:

Post a Comment

0 Comments

Please Select Embedded Mode To show the Comment System.*