
ବାଣପୁର,୨୩।୧୨,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନିଳାଦ୍ରୀପ୍ରସାଦ ଗ୍ରାମ ପଞ୍ଚାୟତ ଏକ ଆଦିବାସି ଅଧ୍ୟୁଷିତ ପଞ୍ଚାୟତ । ଏହି ପଞ୍ଚାୟତର ଜୁଆଳୀ ଆମ୍ୱା ଗ୍ରାମରେ ଗତକାଲି ବିଳମ୍ୱିତ ରାତ୍ରୀ ପ୍ରାୟ ୧୨ ଟା ବେଳକୁ ୧୦ଟି ଜଙ୍ଗଲି ହାତୀ ବ୍ୟାପକ କ୍ଷୟ କ୍ଷତି କରିଥିବାର ଜଣାପଡିଛି । ଜୁଆଳୀ ଆମ୍ୱା ଗ୍ରାମର ଅକ୍ଷୟ ପ୍ରଧାନ, ସୁରେଶ ବେହେରା, ବାସନ୍ତି ଦାସ, ସୁରେଶ ପ୍ରଧାନ,ଗୋକୁଳ ପ୍ରଧାନ, ବାସନ୍ତୀ ଜେନାଙ୍କ ପ୍ରାୟ ୧୦୦ ବସ୍ତା ଧାନ ନଷ୍ଟ କରିଛନ୍ତି ହାତୀ । ଗତକାଲି ମେସିନ ଦ୍ଵାରା ଧାନ ଅମଳ କରିଥିଲେ ମଧ୍ୟ , ରାତ୍ରି ଅନେକ ହେବାରୁ ବିଲରେ ପାଲ ଘୋଡାଇ ରଖି ଆସିଥିଲେ । ରାତ୍ରୀ ଖାଇବା ସାରି ବିଲକୁ ଯାଇ ଦେଖନ୍ତି ୧୦ ଟି ହାତୀ ଧାନ ବସ୍ତାକୁ ଶୁଣ୍ଢରେ ଫୋପଡା ଫିଙ୍ଗା କରି ଖାଇବା ସହ ନଷ୍ଟ କରି ଦେଇଛନ୍ତି । ସେମାନେ ବନବିଭାଗ ଅଧିକାରୀଙ୍କୁ ଖବର ଦେବା ପରେ ସେମାନେ ହାତୀ ମାନଙ୍କୁ ଘଉଡାଇ ଥିଲେ । କ୍ଷତି ଗ୍ରସ୍ତ ଚାଷୀମାନେ ଦୁଃଖରେ ଏବେ ଭାଙ୍ଗି ପଡିଛନ୍ତି । ସ୍ଥାନୀୟ ସରପଞ୍ଚ ମଧ୍ୟ ଉକ୍ତ ଚାଷ ଜମିରେ ପହଞ୍ଚି କ୍ଷତି ଗ୍ରସ୍ତ ଚାଷୀଙ୍କୁ କ୍ଷତି ପୁରଣ କରିବାକୁ ସରକାରଙ୍କ ପାଖରେ ଦାବି କରିଛନ୍ତି । ଜୁଆଳୀ ଆମ୍ୱା ଗ୍ରାମର ଗରିବ ଭୂମୀ ହିନ ଲୋକ ମାନେ ଭାଗ ଚାଷକୁ ଜମି ଆଣି ଧାନ ଫସଲ କରିଥିଲେ । ହେଲେ ଧାନ ଘରକୁ ନ ଆସି ହାତି ପେଟକୁ ଗଲା ଓ ମାଟିରେ ମିଶିଗଲା । ଚାଷିର ଆନନ୍ଦ ହଜିଯାଇ ଥିବାର ଦେଖିବାକୁ ମିଳିଛି ଜୁଆଳୀ ଆମ୍ୱା ଗ୍ରାମରେ ।
0 Comments