ଏଚଡ଼ିଏଫସି ଏଟିଏମରୁ ଲୁଟ୍ ଘଟଣା, ଚୋରକୁ ଧରିବାକୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ର ତଦନ୍ତ ଆରମ୍ଭ।

utkalnews7
By
0


ଚିଲିକା/ବାଣପୁର,୨୩।୧୨(ଉତ୍କଳ ନ୍ୟୁଜ୍୭): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବଜାରରେ  ଗତକାଲି ବିଳମ୍ବିତ ରାତ୍ରିରେ ଏଚଡ଼ିଏଫସି  ଏଟିଏମରୁ ଦୁର୍ବୃତ୍ତମାନେ ମେସିନ ଭାଙ୍ଗି  ଲୁଟି ଥିବା ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ସାଇନ୍ତିଫିକ ଟିମ୍ ପି କେ ବେହେରାଙ୍କ ତତ୍ତ୍ଵାବଧାନରେ ସାଇବର କ୍ରାଇମ ଭୁବନେଶ୍ୱର , ଫରେନ୍ସିକ୍ ଟିମ୍ ଭୁବନେଶ୍ୱର ଓ ଡଗ୍ ସ୍କ୍ୱାର୍ଡ ଭୁବନେଶ୍ୱର ତଦନ୍ତ ଚଳାଇଛନ୍ତି । ବାଣପୁର ପୋଲିସ  ,ନାଚୁଣୀ ପୋଲିସ  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟରେ ଶାମିଲ ରହିଛନ୍ତି।ଗତକାଲି ବିଳମ୍ବିତ ରାତ୍ରିରେ ନାଚୁଣୀ ବଜାର ଏଚଡ଼ିଏଫସି ବ୍ୟାଙ୍କ ଏଟିଏମରୁ ଦୁର୍ବୃତ୍ତମାନେ ମେସିନ ଭାଙ୍ଗି ତନ୍ମଧ୍ୟରୁ ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଏଚଡ଼ିଏଫସି ବ୍ୟାଙ୍କ ମୁଖ୍ୟାଳୟରୁ ବାଣପୁର ଆଇଆଇସିଙ୍କୁ ସୂଚନା ଦିଆଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।  ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ସଟର ଉଠା ଯାଇ ତଦନ୍ତ ଜାରି ରହିଛି।   ଏହି ଘଟଣାକୁ ଗୁରୁତର ସହ ନେଇ  ସାଇଣ୍ଟିଫିକ ଟିମ ନିଜର ପ୍ରୟାସ ଜାରି ରଖିଛି। କ୍ୟାମେରା ରେ କଏଦ୍ ହୋଇଥିବା ଭିଜୁଆଲ ପୋଲିସ ଓ ସାଇଣ୍ଟିଫିକ ଟିମ୍ କହିବା ମୁତାବକ ଚୋର ଚାରି ଚକିଆ ଯାନରେ ଆସି ପ୍ରଥମେ  ଏ ଟି ଏମ ରେ ଥିବା ସେନ୍ସର୍ ତାରକୁ ଛିଡାଇ ଥିବା ବେଳେ ପରେ ଲାଗିଥିବା ସମସ୍ତ ସିଶି କ୍ୟାମେରା କୁ ଭାଙ୍ଗି   ଆଣିଥିବା ଗ୍ୟାସ କଟର ସାହାଯ୍ୟରେ ଏ ଟି ଏମ ଭାଙ୍ଗି  ସେଥିରେ ଥିବା ସମସ୍ତ ଟଙ୍କା କୁ ଲୁଟ କରି ସେଠାରୁ ଚଂପଟ ମାରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*