ଅଲ ଓଡିଶା ପରିବହନ ଚାଳକ ସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ।

utkalnews7
By
0

 



ଟାଙ୍ଗୀ,(ଉତ୍କଳ ନ୍ୟୁଜ୍୭),୧୫।୩ : ଆଜି ରାଜ୍ୟ ବ୍ୟାପି ପରିବହନ ଚାଳକ ସଂଘ ଧର୍ମଘଟ ଡାକରା ଦେଇଛି।ଏହି ଧର୍ମଘଟରେ ଅଲ ଓଡିଶା ପରିବହନର ସଂଘର ଶତାଧିକ ଡ୍ରାଇଭର ଯୋଗଦେଇଛନ୍ତି।ଅଲ ଓଡିଶା ପରିବହନ ଚାଳକ ସଂଘ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ପକ୍ଷରୁ ୧୬ନମ୍ବର ଜାତୀୟ ରାଜପଥ ସୁନେଇରୂପେଇ ଛକ ନିକଟରେ ଚକାଜାମ ଆନ୍ଦୋଳନ ହୋଇଛି।ସକାଳ ୬ଟାରୁ ଶତାଧିକ ଡ୍ରାଇଭର ମାନେ ଆନ୍ଦୋଳରେ ସାମିଲ ହୋଇଛନ୍ତି।ଡ୍ରାଇଭର ମାନଙ୍କ ସୁରକ୍ଷା, ସମ୍ମାନ, ଓ ଅଧିକାର ସମେତ ୧୦ଦଫା ପାଇଁ ଦାବି କରି ଆନ୍ଦୋଳନ ଡାକରା ଦେଇଛି ପରିବହନ ଚାଳକ ସଂଘ।ଡ୍ରାଇଭର ମାନେ ଧର୍ମଘଟ କରିବାରୁ ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି।ଡ୍ରାଇଭର ମାନଙ୍କ ଦାବି ପୁରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*