ଆସାମ : ସୁଖୋଇ-୩୦ରେ ଉଡ଼ିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଆସାମ ତେଜପୁର ବାୟୁସେନା ଷ୍ଟେସନରୁ ଯୁଦ୍ଧ ବିମାନ ସୁଖୋଇ-୩୦ ଏମକେଆଇ ବିମାନରେ ବସି ଉଡାଣ ଭରିଛନ୍ତି ରାଷ୍ଟ୍ରପତି । ତେଜପୁର ବାୟୁସେନା ଷ୍ଟେସନରେ ପହଞ୍ଚିବା ପରେ ବାୟୁସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ବେଳେ ବାୟୁସେନା ପୋଷାକରେ କୋ-ପାଇଲଟ ସିଟରେ ବସି ଉଡ଼ିଛନ୍ତି । ମହାମହିମ ରାଷ୍ଟ୍ରପତି ହେଉଛନ୍ତି ଦେଶର ତିନି ସେନାର ସୁପ୍ରିମ କମାଣ୍ଡର । ତାଙ୍କୁ ଦେଶର ସାମରିକ ଶକ୍ତି, ଅସ୍ତ୍ରଶସ୍ତ୍ର ଓ ରଣନୀତି ସଂପର୍କରେ ଅବଗତ କରାଯାଇଥାଏ ।ପୂର୍ବରୁ ରାଷ୍ଟ୍ରପତି ଥିବା ବେଳେ ଏପିଜେ ଅବଦୁଲ କଲାମ, ପ୍ରତିଭା ସିଂ ପାଟିଲ ଓ ରାମନାଥ କୋବିନ୍ଦ ମଧ୍ୟ ଯୁଦ୍ଧ ବିମାନରେ ଉଡ଼ିଥିଲେ।ଏହି ପୂର୍ବତନ ରାଷ୍ଟ୍ରପତିମାନେ ପୁଣେ ଏୟାର ବେସରୁ ଉଡ଼ାଣ କରିଥିବା ବେଳେ ଦ୍ରୌପଦୀ ର୍ମୁର୍ମୁ ଦେଶର ପୂର୍ବ ଭାଗରେ ଥିବା ଆସାମର ତେଜପୁର ଏୟାର ଷ୍ଟେସନରୁ ଯୁଦ୍ଧ ବିମାନରେ ବସିଛନ୍ତି। ସୁଖୋଇ-୩୦ ହେଉଛି ଭାରତୀୟ ବାୟୁସେନାର ବିଶିଷ୍ଟ ଯୁଦ୍ଧ ବିମାନ । ଏହା ଘଣ୍ଟାକୁ ୨ ହଜାର କିଲୋମିଟରରୁ ଅଧିକ ବେଗରେ ଗତି କରିପାରେ । ଏହାର କମ୍ବାଟ ରେଞ୍ଜ ହେଉଛି ୩ ହଜାର କିଲୋମିଟର । ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି । ବ୍ରହ୍ମୋସ୍ ପରି ସୁପର ସୋନିକ କ୍ଷେପଣାସ୍ତ୍ର ମଧ୍ୟ ରହିଛି ।

Tags:
ଜାତୀୟ ଖବର