ମୁଖ୍ୟମନ୍ତ୍ରୀ ପଦରୁ ନୀତିଶଙ୍କ ଇସ୍ତଫା : କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।

utkalnews7
By
0



ନୂଆଦିଲ୍ଲୀ,୧୪/୦୪ : ସରିଗଲା କି ନୀତିଶ ଯୁଗ । ବିହାର ରାଜନୀତି ସରଗରମ। ବହୁ ଚର୍ଚ୍ଚା ଓ କଳ୍ପନାଜଳ୍ପନାର ଅନ୍ତ ଘଟାଇ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ  ଦେଇଛନ୍ତି ଇସ୍ତଫା। ଆଉ ଏହାରି ମଧ୍ୟରେ ବିହାରର ନୂତନ ମୁଖ୍ୟମନ୍ତ୍ରୀ ହେବା ନେଇ ସମ୍ରାଟ ଚୌଧୁରୀ ନାଁ ଚର୍ଚ୍ଚା ହେଉଛି।  ସେହିପରି ଉପମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ହୋଇପାରନ୍ତି। ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧୫ ତାରିଖ, ପୂର୍ବାହ୍ନ ୧୧ଟାରେ, ଲୋକଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।  ଯେଉଁଠାରେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ। ନିଶାନ୍ତ କୁମାର ଏବଂ ବିଜୟ ଚୌଧୁରୀଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନାମିତ କରାଯିବା ପ୍ରାୟ ନିଶ୍ଚିତ ହୋଇଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଆଜି ସୋମବାର ଦିନ ବିହାର ରାଜ୍ୟପାଳଙ୍କ ସଚିବ ସମ୍ରାଟ ଚୌଧୁରୀଙ୍କୁ ଭେଟିଥିଲେ । ରାଜ୍ୟପାଳଙ୍କ ସଚିବ ଲୋକଭବନରେ ଶପଥ ଗ୍ରହଣ ସମାରୋହ ସମ୍ପର୍କରେ ତାଙ୍କ ସହିତ ସାକ୍ଷାତ କରିଥିଲେ ଏବଂ ଯୋଗଦେବାକୁ ଥିବା ପ୍ରମୁଖ ବ୍ୟକ୍ତିବିଶେଷଙ୍କ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ସମ୍ରାଟ ଚୌଧୁରୀ ରାଜ୍ୟପାଳଙ୍କ ସଚିବଙ୍କ ସହିତ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ତାଲିକା ବିଷୟରେ ଆଲୋଚନା କରିଥିଲେ । ନୀତିଶ କୁମାରଙ୍କ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ବିହାରର ମୁଖ୍ୟମନ୍ତ୍ରୀ ପଦ ଖାଲି ପଡ଼ିଛି। ନୀତିଶ ଗତ ସପ୍ତାହରେ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଇଥିଲେ  । ତେବେ ମୁଖ୍ୟମନ୍ତ୍ରୀ ପଦ କିଏ ନେବ ସେ ବିଷୟରେ ଯଥେଷ୍ଟ ବିତର୍କ  ହେଉଛି । ଅନେକ ନେତାଙ୍କ ନାମକୁ ନେଇ ବିଚାର କରାଯାଇଥିଲା, କିନ୍ତୁ ଶେଷରେ ସମ୍ରାଟ ଚୌଧୁରୀଙ୍କ ନାମରେ ମୋହର ବାଜିଥିବା କୁହାଯାଉଛି।  ସମ୍ରାଟ ବିହାରର ଦ୍ୱିତୀୟ ନେତା ଯିଏ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଏବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।ବିହାରରେ କର୍ପୁରୀ ଠାକୁର ଏକମାତ୍ର ନେତା ଯିଏ ଉପମୁଖ୍ୟମନ୍ତ୍ରୀ ଏବଂ ପରେ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ଏବେ ସେହି ତାଲିକାରେ ସମ୍ରାଟ ଚୌଧୁରୀଙ୍କ ନାମ ଯୋଡିବାକୁ ଯାଉଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*