ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ ଟାଙ୍ଗୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପାଳିତ।

utkalnews7
By
0



ଟାଙ୍ଗୀ,୧୭/୪ : କଳିଙ୍ଗ ଷଣ୍ଢ, ନବ ଓଡ଼ିଶାର ନିର୍ମାତା ତଥା ଅଦମ୍ୟ ସାହସୀ ଇଣ୍ଡୋନେସିଆ ର ଭୂମିପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତ୍ତମ ଶ୍ରାଦ୍ଧ ବାର୍ଷିକୀ ଟାଙ୍ଗୀ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଜୁ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଖୋରଧା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଓ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନଧାତାଙ୍କ ଆବାହକତ୍ୱରେ,ଯୁବ ସମାଜ ସେବୀ ରମେଶ ଚନ୍ଦ୍ର ବେହେରା,ବରିଷ୍ଠ ଆଇନଜୀବୀ ନିରଞ୍ଜନ ଦାସ, ବିଜୁ ପ୍ରେମୀ ଯାମିନୀ କାନ୍ତ ପାତ୍ର, ସମାଜ ସେବୀ ଅଶୋକ କୁମାର ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ ପ୍ରମୁଖ ଓଡ଼ିଆ ଜାତିର ସ୍ୱାଭିମାନ, ସାହସ ଓ ଧୈର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ, ପାରାଦ୍ୱୀପ ବନ୍ଦର ସ୍ଥାପନ, ସେ ଯେଉଁ ଦଳରେ ଥିଲେ ମଧ୍ୟ ଭାରତୀୟ ରାଜନୀତିକୁ ଦିଗଦର୍ଶନ ପ୍ରଦାନ ସୁଦକ୍ଷ ବିମାନ ଚାଳକ ରୂପେ ନିଜ ଡାକୋ ଟା ବିମାନରେ ସ ସ୍ତ୍ରୀକ ଇଣ୍ଡୋନେସିଆ ଯାଇ ସୁକର୍ଣ୍ଣ ସହିତ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଦ୍ଧାର କରି ଭାରତକୁ ନେଇ ଆସିବା ଘଟଣା ରେ ଇଣ୍ଡୋନେସିଆ ସରକାରଙ୍କ ତରଫରୁ ଭୂମି ପୁତ୍ର ସମ୍ମାନ, ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ସୋଭିଏଟ ଋଷ ର ସେନାବାହିନୀକୁ ସହାୟତା ଲାଗି ସମ୍ମାନ ପ୍ରଦାନ ଇତ୍ୟାଦି ବହୁ ସାହସିକ ପଦକ୍ଷେପ ସମ୍ପର୍କରେ ବକ୍ତା ମାନେ ଉଲ୍ଲେଖ କରିବା ସହିତ ତାଙ୍କ ମରଶରୀରରେ ଭାରତ, ଇଣ୍ଡୋନେସିଆ ଓ ଋଷର ଜାତୀୟ ପତାକା ଆବରଣ ଏକ ବିରଳ ଐତିହାସିକ ଘଟଣା ବୋଲି କହିଥିଲେ।ଏହି ସଭାରେ ବହୁ ସଂଖ୍ୟକ ମହିଳା ଯୋଗ ଦେଇଥିଲେ। ସଭାକାର୍ଯ୍ୟ ଶେଷରେ ସମାଜସେବୀ ପ୍ରଦୀପ କୁମାର ମହାପାତ୍ର ସଂଯୋଜନାରେ ସଭା ସାଂଗ ହୋଇଥିଲା ।

Post a Comment

0 Comments

Please Select Embedded Mode To show the Comment System.*