କଳା ମୁଗୁନି ପଥର ଖଣି ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର : ୨ଅଟକ ।

utkalnews7
By
0

ରଣପୁର,୧୭/୦୫ : ନୟାଗଡ଼ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି । ନିଖୋଜ ଯୁବକଙ୍କର କଳାମୁଗୁନି ପଥର ଖଣି ଭିତରୁ ମୃତଦେହ ଉଦ୍ଧାର। ମୃତକ ଜଣକ ହେଲେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କରେଣ୍ଡାଟାଙ୍ଗୀ ପଞ୍ଚାୟତର ନୂଆପଡ଼ା ଗ୍ରାମ ପ୍ରତାପ କୁମାର ପାଟ୍ଟଶାଣୀ (୩୪) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ମେ ୧୫ ତାରିଖ ଅପରାହ୍ନ ୪ ଟାରୁ ପ୍ରତାପ ନିଖୋଜ ଥିଲେ। ଆଜି ସକାଳୁ ଜଣେ ମହିଳା ଶୌଚ ହେବାକୁ ଆସିଥିବା ବେଳେ, ମାଙ୍କଡ ପାଣି ଢାଳ ଗଡ଼ାଇ ଦେବାରୁ ସେ ବାଧ୍ୟ ହୋଇ ନୂଆପଡ଼ା ଖଣିକୁ ଶୌଚ ହେବାକୁ ଯାଇଥିଲେ ସେଠାରେ ପ୍ରତାପଙ୍କୁ ଦେଖି ତାଙ୍କ ଘରେ ଜଣାଇଥିଲେ।</

ଖବର ପାଇ ମୃତକଙ୍କ ପରିବାର ଘଟଣା ସ୍ଥଳରେ ପହଞ୍ଚିଥିଲେ। ମୃତଦେହ ପଚି ସଢ଼ି ଦୁର୍ଗନ୍ଧ ହେଉଛି। ଏହା ଏକ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଦୀର୍ଘ ଦିନ ଧରି ପ୍ରତାପଙ୍କ ବାପା ନକୁଳ ଏକ କ୍ରସର୍ ଚଳାଇ ଆସୁଥିଲେ। ସରକାର ପରିବର୍ତ୍ତନ ପରେ କ୍ରସରକୁ ନେଇ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉ ଥିବାବେଳେ ଚାନ୍ଦପୁର ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣ ସନ୍ଧିଗ୍ଧଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

Post a Comment

0 Comments

Please Select Embedded Mode To show the Comment System.*