ତିରୁବନନ୍ତପୁରମ–ହଜରତ ନିଜାମୁଦ୍ଦିନ୍ ରାଜଧାନୀ ଏକ୍ସପ୍ରେସ୍‌ରେ ରତଲାମ୍‌ ନିକଟରେ ଅଗ୍ନିକାଣ୍ଡ, ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଗଲା।

utkalnews7
By
0


ଭୋପାଳ: ରବିବାର ଭୋର ସମୟରେ ମଧ୍ୟ ପ୍ରଦେଶର ରତଲାମ୍ ଜିଲ୍ଲାରେ ତିରୁବନନ୍ତପୁରମ-ହଜରତ ନିଜାମୁଦ୍ଦିନ୍ ରାଜଧାନୀ ଏକ୍ସପ୍ରେସ୍‌ର ଏକ ଏସି କୋଚ୍‌ରେ ଅଗ୍ନିକାଣ୍ଡ ଘଟଣା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ରେଳ ଅଧିକାରୀମାନେ କହିଛନ୍ତି । ରେଳବାଇର କୋଟା ଡିଭିଜନରେ ପ୍ରାୟ ସକାଳ ୫.୧୫ରେ ଘଟିଥିବା ଏହି ଘଟଣାରେ କୌଣସି ମୃତାହତ ହୋଇନଥିଲେ।୬୮ ଜଣ ଯାତ୍ରୀ ଥିବା ବି-୧ କୋଚ୍‌ରେ ଅଗ୍ନି ଲାଗିଥିଲା, ଯାହା ପରେ ଆପାତକାଳୀନ ପଦକ୍ଷେପ ଗ୍ରହଣ କରାଯାଇଥିଲା ବୋଲି ବରିଷ୍ଠ ରେଳବାଇ ବାଣିଜ୍ୟ ପ୍ରବନ୍ଧକ ସୌରଭ ଜୈନ୍ କହିଛନ୍ତି।ପ୍ରଭାବିତ କୋଚ୍‌ଟିକୁ ଟ୍ରେନ୍‌ରୁ ଅଲଗା କରାଯାଇଥିଲା ଏବଂ ସୁରକ୍ଷା ସତର୍କତା ସ୍ୱରୂପ ଓଭରହେଡ୍ ଇଲେକ୍ଟ୍ରିକ୍ ସପ୍ଲାଇ କୁ ତୁରନ୍ତ ବନ୍ଦ କରାଯାଇଥିଲା।

Post a Comment

0 Comments

Please Select Embedded Mode To show the Comment System.*