Ad Code

Responsive Advertisement

ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ,୭ ଜୁଆଡ଼ି ଗିରଫ।

ଟାଙ୍ଗୀ(ଉତ୍କଳ ନ୍ୟୁଜ୍୭)୬/୧୨:ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଥାନା ଅନ୍ତର୍ଗତ ସାନ କୁସୁମି ମଧ୍ୟ ଇଂରାଜୀ ବିଦ୍ୟାଳୟ ମଧ୍ୟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଟାଙ୍ଗୀ ଥାନା ପୋଲିସ ର ଚଢ଼ାଉ କରି ୬ ଜୁଆଡି ଗିରଫ।ବିଶେଷ ସୂତ୍ରରୁ ଖବର ପାଇଁ ଟାଙ୍ଗୀ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ  ଏକ ଟିମ ସହ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ।ଚଢ଼ାଉ ବେଳେ ୭ ଗୋଟି ମୋବାଇଲ, ୪ ଗୋଟି ବାଇକ, ଗୋଟିଏ ହୁଣ୍ଡା ସିଟି କାର ଏବଂ ନକଦ ୮ ହଜାର ୪ ଶହ ୫୦ ଟଙ୍କା ଜବତ କରିବା ସହ ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଟାଙ୍ଗୀ ଥାନାରେ ୪୭୯/୨୧ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରୀ ରଖିଥିବା ଟାଙ୍ଗୀ ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Post a Comment

0 Comments