ଛାତ୍ରଛାତ୍ରୀମାନଙ୍କୁ ନିଜ ଦେଶ, ରାଜ୍ୟ ତଥା ପରିବାର ନିମନ୍ତେ ଚିନ୍ତା କରିବାର ଏହା ହିଁ ପ୍ରକୃଷ୍ଟ ସମୟ : ଡ଼. ଅରୁଣ କୁମାର ସାହୁ।

utkalnews7
By
0

ନୟାଗଡ଼,୨୩/୦୭ (ଉତ୍କଳ ନ୍ୟୁଜ୍୭):ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଓ ଏନ୍ଏସି ଅଞ୍ଚଳରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୬୦ ପ୍ରତିଶତରୁ ଅଧିକ ନଂ ରଖି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବ୍ଲକ୍ ନିକଟସ୍ଥ କଲ୍ୟାଣିମଣ୍ଡପଠାରେ ଶନିବାର ମେଧା ସମ୍ମାନ ୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଛି।ଏହି ପରିପ୍ରେକ୍ଷୀରେ ସମୁଦାୟ ୬୪୩ ଜଣ ଛାତ୍ରଛାତ୍ରିଙ୍କୁ ଉପାଦେୟ ପୁସ୍ତକ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ଓଡ଼ଗାଁ ଶିକ୍ଷା ସମୂହ ସଂଗଠନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନିଜ ଅଭିଭାଷଣରେ ଜଣେ ଉତ୍ତମ ବ୍ୟକ୍ତିତ୍ୱ ହୋଇ ପାରିଲେ ମେଧା ସମ୍ମାନର ସାର୍ଥକତା ପ୍ରତିପାଦନ ହେବ ବୋଲି କହିଥିଲେ। ଅନ୍ୟପକ୍ଷେ ଛାତ୍ରଛାତ୍ରୀମାନଙ୍କୁ ନିଜ ଦେଶ, ରାଜ୍ୟ ତଥା ପରିବାର ନିମନ୍ତେ ଚିନ୍ତା କରିବାର ଏହା ହିଁ ପ୍ରକୃଷ୍ଟ ସମୟ ବୋଲି କହିଥିଲେ।ରାଜ୍ୟ ସରକାରଙ୍କ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହୋଇଛି ତେଣୁ ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜ ବିଦ୍ୟାଳୟ ସହ ଅନୁବନ୍ଧିତ ହୋଇ ରହିବା ଉଚିତ ବୋଲି ଉପଦେଶ ଦେଇଥିଲେ।ବିଶେଷ କରି ଶିକ୍ଷକମାନେ ସାମାନ୍ୟ ସୌମ୍ୟକ୍ ଧାରଣା ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଜ୍ଞାନ ଦେବା ଉଚିତ ଏହା ହିଁ ମେଧା ସମ୍ମାନର ମୁଖ୍ୟ ଉଦ୍ଦେଶ୍ୟ। ଜଣେ ସଫଳ ବ୍ୟକ୍ତିତ୍ୱ ହେବା ନିମନ୍ତେ ଦୃଢ଼ ଇଚ୍ଛା ଶକ୍ତି ଏବଂ ଉତ୍ତମ ଶୃଙ୍ଖଳା ଜ୍ଞାନ ଏକାନ୍ତ ଅପରିହାର୍ଯ୍ୟ । ଯିଏ ନିଜ ମାଟି ମା ଓ ବିଦ୍ୟାଳୟ ସହ ଯୋଡି ହୋଇ ରୁହେ ସିଏ ହିଁ ପ୍ରକୃତ ମେଧାବୀ ପଦବାଚ୍ୟ ବୋଲାଏ। ସଦାସର୍ବଦା ଗୁରୁଜନମାନଙ୍କ ଉପଦେଶକୁ ଗ୍ରହଣ କରି ନିଜ ଭବିଷ୍ୟତରୂପକ ପଥ ନିର୍ମାଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ।ଅନ୍ୟତମ ଅତିଥିଭାବେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଶିକ୍ଷା ଏକ ଜୀବନ ବ୍ୟାପି ପ୍ରକ୍ରିୟା ,ଶିକ୍ଷା ଗ୍ରହଣ ସହ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ସଂସ୍କାରଧର୍ମୀ କାର୍ଯ୍ୟକ୍ରମରେ ଜଡିତ ହେବା ପାଇଁ କହିଥିଲେ।ବ୍ଲକ ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ଝିଲି ପ୍ରଧାନ, ବିରଜାଲକ୍ଷ୍ମୀ ସାହୁ ପ୍ରମୁଖ ମଞ୍ଚାସିନଥିବାବେଳେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ମଞ୍ଚ ପରିଚାଳନା କରିଥିଲେ। ନିତ୍ୟାନନ୍ଦ ପ୍ରଧାନ, ବିଭୁ ପ୍ରସାଦ ସାହୁ, ବିଜନ ପାଇକରାୟ,ପ୍ରଭାତ ପ୍ରଧାନ, ମାନସ ସାହୁ, ଦ୍ଵିତୀକୃଷ୍ଣ ନାୟକ, ଅମ୍ରିତ ପ୍ରିୟଦର୍ଶନ ପଣ୍ଡା, ବରୁଣ କୁମାର ସାହୁ, ଅଂଶୁମାନ ନାୟକ,ରମେଶ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧିଙ୍କ ସମେତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ।

Tags:

Post a Comment

0 Comments

Please Select Embedded Mode To show the Comment System.*