ରଣପୁର ଥାନା ପୋଲିସ ଦ୍ୱାରା, ଚୋରା ବାଇକ ଜବତ,ଚୋର ଗିରଫ।

utkalnews7
By
1


ରଣପୁର,(ଉତ୍କଳ ନ୍ୟୁଜ୍୭)୨୩/୦୭:ନୟାଗଡ଼ ଜିଲ୍ଲା ରଣପୁର ଥାନା ପୋଲିସ ଦର୍ପନାରାୟଣପୁର ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଚୋରା ବାଇକ୍ ଜବତ କରିବା ସହ ବାଇକ୍ ଚୋରକୁ ଗିରଫ କରିଛି।ବାଇକ୍ ଚୋର ଜଣଙ୍କ ଇଟାମାଟି ଥାନା ଅଧିନ ବାଉଁଶିଆପଡା ଗାଁର ଦୀପକ କୁମାର ମହାନ୍ତି ବୋଲି ଜଣାପଡିଛି।ଜବତ ବାଇକ୍ ଟିକୁ ବାଇକ୍ ମାଲିକଙ୍କୁ ରଣପୁର ଥାନା ପୋଲିସ ହସ୍ତାନ୍ତର କରିବା ସହ ଏନେଇ ରଣପୁର ଥାନା ପୋଲିସ ୧୭୮/୨୨ରେ ଏକ ମାମଲା ରୁଜୁ କରି ରଣପୁର କୋର୍ଟକୁ ଚାଲାଣ କରିଥିବା ରଣପୁର ଥାନା ଉପ ନିରିକ୍ଷକ ବିନୟ କୁମାର ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Post a Comment

1 Comments

Please Select Embedded Mode To show the Comment System.*