Ad Code

Responsive Advertisement

ଦଶୀପୋଖରୀ ଗ୍ରାମ ଠାରେ "ବୃକ୍ଷରୋପଣ ଓ ପରିବେଶ ସଚେତନତା"କାର୍ଯ୍ୟକ୍ରମ ଅନୁଷ୍ଠିତ ।



ରଣପୁର,(ଉତ୍କଳ ନ୍ୟୁଜ୍୭)୨୩/୦୭: ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳ ତରଫରୁ ରଣପୁର ବ୍ଲକ୍ ଡମସାହି ଗ୍ରାମପଞ୍ଚାୟତ ସ୍ଥିତ ଦଶୀପୋଖରୀ ଗ୍ରାମ ଠାରେ "ବୃକ୍ଷରୋପଣ ଓ ପରିବେଶ ସଚେତନତା"କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳର ସଭାପତି ତଥା ଆଇନଜୀବି ରାଜୀବ ଲୋଚନ ପ୍ରଧାନଙ୍କ ନେତୃତ୍ୱ ଓ ଡମସାହି ଗ୍ରାମପଞ୍ଚାୟତର ଯୁବ ବିଜେଡି ସଭାପତି କାହ୍ନୁ ଚରଣ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଅଛି l 




ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ସମ୍ମାନିତ ଭାବରେ ଡମସାହି ଗ୍ରା:ପ ସରପଞ୍ଚ ସୁନେଲି ଦଳବେହେରା,ଡମସାହି ଫରେଷ୍ଟର ଅଲ୍ଲୀ ବାବୁ, ବିଜେଡି ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ସଭାପତି ଉପେନ୍ଦ୍ର ପଟ୍ଟନାୟକ, ସମାଜସେବୀ ସୁଚିତ୍ରା ବେହେରା, ହରିହର ହରିଚନ୍ଦନ, ପ୍ରଶନ୍ନ ବେହେରା,ପବିତ୍ର ବେହେରା,ଦଶରଥୀ ବେହେରା, ପ୍ରମୋଦ ବେହେରା, ପ୍ରତାପ ପ୍ରଧାନ ଓ ସଞ୍ଜୟ ଦଳବେହରା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜେଡି କାର୍ଯ୍ୟକର୍ତ୍ତା ଯୋଗ ଦେଇ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥଲେ । ଆଗାମୀ ଦିନରେ ବିଜୁ ଜନତା ଦଳର ନିର୍ଦେଶ କ୍ରମେ ତାହାର ପ୍ରମୁଖ ଛାମୁଆ ସଂଗଠନ ବିଜୁ ଯୁବ ଜନତା ଦଳ ପକ୍ଷରୁ ଆହୁରି ପରିବେଶ ସଚେତନତା କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ବ୍ୟାପକ ଭାବରେ କରାଯିବା ବୋଲି ଅତିଥିମାନେ ମତାମନ୍ତବ୍ୟ ଦେଇଥଲେ । ତତସହିତ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳକୁ ଆହୁରି ମଜବୁତ କରିବା ସହ ବ୍ୟାପକ କାର୍ଯ୍ୟକ୍ରମ କରିବା ପାଇଁ ରଣପୁର ବ୍ଲକ ଉପାଧ୍ୟାକ୍ଷ ଶ୍ରୀ ପ୍ରଭାତ କୁମାର ଦଳବେହେରା ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲ l

Post a Comment

0 Comments