ନଦୀରେ ଭାସି ନାବାଳକ ନିଖୋଜ।

utkalnews7
By
0


ଟାଙ୍ଗୀ(ଉତ୍କଳ ନ୍ୟୁଜ୍୭)୧୭/୦୭: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରୀ ରହିଥିବା ବେଳେ ନଦୀରେ ଗାଧେଇବା ସମୟରେ ଭାସିଗଲା ନାବାଳକ।ଏପରି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଛକଡିପୁର ଗ୍ରାମରେ। ଛକଡିପୁର ଗ୍ରାମର ସ୍ବର୍ଗତ ରଞ୍ଜନ ସାସମଲ ଙ୍କ ପୁଅ ରମାକାନ୍ତ ସାସମଲ(୧୪) ଆଜି ସକାଳେ ଛକଡ଼ିପୁର  ଗାଁ ନିକଟରେ ଥିବା ଭରତ ଦାସ ବନ୍ଧକୁ ଗଡେଇବାକୁ ଯାଇଥିବାବେଳେ ନଦୀରେ ଭାସିନିଖୋଜ ଅଛନ୍ତି।ସାଙ୍ଗରେ ଥିବା ଅନ୍ୟ କିଛି ନାବାଳକ ଗାଁ ରେ ସୂଚନା ଦେବାରୁ ଗାଁ ଲୋକଙ୍କ ସହାୟତାରେ ଗଙ୍ଗାଧରପୁର ଓ ଟାଙ୍ଗୀ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି। ଆଜି ସଂଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଛି।ଆସନ୍ତାକାଲି ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି।ସୂଚନାଯୋଗ୍ୟ ଯେ,ରମାକାନ୍ତ (ବିଜୁ) ବିଧବା ମା ଏବଂ ଗୋଟିଏ ଭଉଣୀ ସହ ଛକଡ଼ିପୁର ଗ୍ରାମରେ ରହି ଦଶମ ଶ୍ରେଣୀରେ ପଢୁଥିଲେ।ପାଣିରେ ପୁଅ  ଭାସିଯାଇ ନିଖୋଜ ଖବର ସୁଣି ପରିବାରରେ ଓ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।


Tags:

Post a Comment

0 Comments

Please Select Embedded Mode To show the Comment System.*