ଟାଙ୍ଗୀ,୨୩/୦୭(ଉତ୍କଳ ନ୍ୟୁଜ୍୭): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ବର ମାଲାଗୁଣି ବ୍ୟାରେଜ ପରିସରରୁ ଗୁରୁବାର ରାତିରେ ଏକ ପିକଭାନ ଲୁଟ ହୋଇଥିଲା ବ୍ୟାରେଜ କାମରେ ନିୟୋଜିତ ଠିକା ସଂସ୍ଥା ର ଡ଼୍ରାଇଭର ହେଲପରକୁ ମାଡ଼ ମାରି ଗାଡି ଲୁଟି ନେଇ ଥିବା ଜଣିପଡିଥିଲା । ଏନେଇ ଗାଡି ଚାଳକ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ନିରାକାରପୁର ଥାନା ପୋଲିସ ଓଳସିଂହ କାଜୁ ଜଙ୍ଗଲ ଖଣିରେ ଚଢ଼ାଉ କରି ପିକଅପ ଭ୍ୟାନ ଜବତ କରିବା ସହ ଲୁଟ କରିଥିବା ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରିର ସେକ ଅକତାର ଅଲି ଓ ଓଳସିଂ ର ରାକେଶ ତ୍ରିପାଠୀ। ଉଭୟଙ୍କ ନାମରେ ଥାନାରେ ୧୪୧/୨୨ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ।
0 Comments