ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ।

utkalnews7
By
0

ନୟାଗଡ,୪/୮(ଉତ୍କଳ ନ୍ୟୁଜ୍୭): ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ରୋଟାରୀଆନ ସୁବୋଧ୍ୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ସଭାପତି ପ୍ରବିର କୁମାର ପୃଷ୍ଟି , ସମ୍ପାଦକ ବାସୁଦେବ ସାହୁ , ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ପ୍ରଦୀପ୍ତ କୁମାର ରଥ , ବୈଦ୍ୟ ଭୁଷଣ ମହାପାତ୍ର ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତି ରେ ସମ୍ବାଦ ଓ ସାମ୍ବାଦିକତା ର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଆଲୋଚନା ଚକ୍ରରେ ସାମ୍ବାଦିକ ରାମକୃଷ୍ଣ ରଥ , ଉତ୍ପଳ କୁମାର ସାହୁ, ଅନଓ୍ବର ଅଲ୍ଲୀ, ରଜତ ପଟ୍ଟନାୟକ ପ୍ରମୁଖ ସମାଜରେ ସାମ୍ବାଦିକ ମାନଙ୍କ ଦାୟିତ୍ଵ ଏବଂ ସେମାନଙ୍କ ଭୁମିକା ସମ୍ପର୍କରେ ଆଲୋଚନା କରିଥିଲେ ।ରୋଟାରୀ କ୍ଳବ୍ ପକ୍ଷରୁ ପୁର୍ବତନ ସଭାପତି ରୋଟାରୀଆନ ଧିରେନ୍ଦ୍ର ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଦୁଇ ବର୍ଷ ଧରି ଓଡ଼ିଆ ସାମ୍ବାଦିକତା ଦିବସ ପାଳନ ହୋଇ ଆସୁଥିବାରୁ ସାମ୍ବାଦିକ ମାନେ ଶ୍ରୀ ପଟ୍ଟନାୟକ ଙ୍କୁ ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମ ଅବସରରେ ରୋଟାରୀ କ୍ଲବ ପକ୍ଷରୁ ସମସ୍ତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ରୋଟାରୀଆନ ଆରିଫ୍ ଖାଁ, ମିହିର ରଞ୍ଜନ ନାୟକ, ଶ୍ରୀଧର ସାହୁ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଇନରହୁଇଲ କ୍ଲବ୍ ସଭାପତି ଜ୍ୟୋସ୍ନମୟୀ ପଟ୍ଟନାୟକ ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*