ଓଡିଆ ସାମ୍ବାଦିକତା ଦିବସ ପାଳନ।

utkalnews7
By
0


ଟାଙ୍ଗୀ,୪/୮(ଉତ୍କଳ ନ୍ୟୁଜ୍) : ୧୮୬୬ ମସିହା ଅଗଷ୍ଟ ୪ ତାରିଖ ଓଡିଆ ସମ୍ବାଦିକତା ପାଇଁ ଥିଲା ଗୌରବର ଦିନ। ଓଡିଶାରେ ପ୍ରଥମ ଖବର କାଗଜ ଭାବେ ଉତ୍କଳ ଦୀପିକା ଆତ୍ମପ୍ରକାଶ କରିଥିଲା। ବାଲ୍ୟବିବାହ ପରି ଘ୍ରୁଣ୍ୟ ପ୍ରଥା ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ଓଡିଶାରେ ସାମାଜିକ ସଂସ୍କାର ପାଇଁ ଉଦ୍ୟମ କରିଥିଲା। ଉତ୍କଳ ଦୀପିକା ର ସଫଳତା ଓଡିଶାରେ ଖବର କାଗଜ ପ୍ରକାଶନର ଧାରା ସ୍ରୁଷ୍ଟି କରିଥିଲା। ତେଣୁ ପ୍ରତିବର୍ଷ ଅଗଷ୍ଟ ୪ ତାରିଖ କୁ ଓଡିଆ ସାମ୍ବାଦିକତା ଦିବସ ରୁପେ ପାଳନ ହୋଇ ଆସୁଛି। ଏହି ପ୍ରରିପେକ୍ଷିରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ଆଜି ଓଡିଆ ସାମ୍ବାଦିକତା ଦିବସ ପାଳନ କରାଯାଇଛି। ସଭାପତି ଦୀପକ ପ୍ରଧାନ ଙ୍କ ପୌରହିତ୍ଯ ରେ ଅନୁଷ୍ଠିତ ବୈଠକରେ ଉପଦେଷ୍ଟା ଲଛମନ ନାୟକ,ସଂପାଦକ ଶ୍ୟାମ ସୁନ୍ଦର ପଟ୍ଟନାୟକ ବିକ୍ରମ କେଶରୀ ସାହୁ, ହିମାଂଶୁ ଭୁଷଣ ଚଂପତିରାୟ,କପିଳେଶ୍ୱର ସିଂହ,ବିଭୁତି ଦାଶ, ପ୍ରକାଶ ବଳିୟାରସିଂହ,ଦାଶରଥି ଶ୍ରୀଚନ୍ଦନ, ବାଲୁଙ୍କେଶ୍ୱର ବେହେରା,କାର୍ତିକ ସାମନ୍ତସିଂହାର,ସୁଚିତ୍ର ରଂଜନ ଭୁଜବଳ, ଞାନ ରଂଜନ ଦାଶ ପ୍ରମୁଖ ଯୋଗ ଦେଇ ଏହି ଦିବସର ମହତ୍ବ ବିଷୟରେ ଆଲୋଚନା କରିଥିଲେ।

Tags:

Post a Comment

0 Comments

Please Select Embedded Mode To show the Comment System.*