Ad Code

Responsive Advertisement

ମିନି ଟ୍ରକରୁ ୧୨୫ କେଜି ଗଞ୍ଜେଇ ଓ ନଗଦ ୫୬ ହଜାର ୫୦୦ ଟଙ୍କା ଜବତ ,୨ଗିରଫ।


ଖୋର୍ଦ୍ଧା,୪/୮(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ପାଲଟିଛି ନିଶା କାରବାରର ପେଣ୍ଠ ସ୍ଥଳୀ।ଗାଁ ଠାରୁ ସହର ସବୁଠି ମାତିଛନ୍ତି ନିଶା ବେପାରୀ।ଏହି ନିଶା ଜାଲରେ ପଡ଼ି ଭାଙ୍ଗି ଯାଉଛି ଅନେକ ପରିବାର ତଥାପି ନିଶା କାରବାର କମିବାର ନାଁ ଧରୁନି।ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ଛତ୍ରମା ଅଞ୍ଚଳରେ ଚଢ଼ାଉ କରି ଛଅ ଲକ୍ଷରୁ ଉର୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି।ମିଳିଥିବା ସୂଚନା ଅନୁସାରେ ଗଜପତି ରୁ ଭୁବନେଶ୍ୱର ଅଭିମୁଖେ ଏକ ଗଞ୍ଜେଇ ବୋଝେଇ ମିନି ଟ୍ରକ ଆସୁଥିବାର ସୂଚନା ଅବକାରୀ ବିଭାଗକୁ ମିଳିଥିବା ବେଳେ ଅବକାରୀ ଅଧିକ୍ଷକ ଯଶକେତନ ବରିହାଙ୍କ ନିର୍ଦେଶକ୍ରମେ ଅବକାରୀ ଉପଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା ଏବଂ ଜାତୀୟ ରାଜପଥରେ ଛପି ରହିଥିଲା ଏହି ଟିମ। ଶେଷରେ ଛତ୍ରମା ଗ୍ରାମ ରୋଡ଼ରେ ମିନି ଟ୍ରକକୁ ଠାବ କରି ଅଟକାଇଥିଲା ଅବକାରୀ ବିଭାଗ। ମିନି ଟ୍ରକରୁ ୧୨୫ କେଜି ଗଞ୍ଜେଇ ଓ ନଗଦ ୫୬ ହଜାର ୫୦୦ ଟଙ୍କା ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।ଗିରଫ ଅଭିଯୁକ୍ତ ମାନେ ହେଲେ ଗଜପତି ଜିଲ୍ଲା ମୋହନା ଥାନା ବୁଡ଼ୁନି ଗ୍ରାମର ସୁଜୟ ମଲ୍ଲିକ(୨୯) ଏବଂ ପୁରି ଜିଲ୍ଲା ଡେଲାଙ୍ଗ ଥାନା ଆଙ୍କୋଇ ଗ୍ରାମର ଶ୍ରୀଧର ପାତ୍ର(୬୬) । ଜବତ ଗଞ୍ଜେଇର ମୂଲ୍ୟ ୬ ଲକ୍ଷ ୩୦ ହଜାର ହେବ ବୋଲି ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୪୬/୨୨-୨୩ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ଜଣାପଡିଛି।ଏହି ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତା, ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ କୁମାର ପ୍ରଧାନ, ଜିଲ୍ଲା ଭ୍ରାମ୍ୟମାଣ ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଜେସ ଏବଂ ଅନ୍ୟ ଅବକାରୀ କର୍ମଚାରୀମାନେ ସାମିଲଥିଲେ।

Post a Comment

0 Comments