Ad Code

Responsive Advertisement

୪ଟି ଚୋରା ବାଇକ୍ ସହ ୩ ମୋବାଇଲ ଜବତ : ୩ଲୁଟେରା ଗିରଫ।


ଖୋର୍ଦ୍ଧା, ୭/୮(ଉତ୍କଳ ନ୍ୟୁଜ୍୭): ଜଟଣୀ ପୋଲିସକୁ ମିଳିଲା ସଫଳତା।ଏକ ଲୁଟ୍ ଘଟଣାର ପୋଲିସ ତଦନ୍ତ କରି ୪ଟି ବାଇକ ଓ ୩ ମୋବାଇଲ ଜବତ କରିବା ସହ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି । ତିନି ଜଣ ଲୁଟେରା ହେଲେ ତିରିମଳ ଗାଁ ରଘୁନାଥ ସେଠି ଓ ମୁଣ୍ଡିଆ ସାହି ଏସ. କେ. ସୈଫଅଳି  ଓ ଅନ୍ୟ ଜଣେ ପିପିଲି ଥାନା କଣ୍ଟି ଅଂଚଳର ବୋଲି ଜଣାପଡିଛି। ଏହି ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଟଣୀ ପୋଲିସ।ସୂଚନାଯୋଗ୍ୟ ଯେ, ଜଟଣୀ ଥାନା ଅନ୍ତର୍ଗତ ଷଣ୍ଡପୁର ଗ୍ରାମର ରାଜେନ୍ଦ୍ର ବେହେରା ମୋଟର ସାଇକେଲରେ ଜଟଣୀ ବଜାରକୁ ଆସୁଥିବା ବେଳେ ଏହି ସମୟରେ ଶରତ ପାଇକରାୟ ଷ୍ଟାଡ଼ିୟମ ନିକଟରେ ତିନି ଜଣ ଲୁଟେରା  ଏକ ମୋଟରସାଇକେଲ ରେ ଆସି ତାଙ୍କ ମୋବାଇଲ ଫୋନ ଛଡେଇ ନେଇଯାଇଥିଲେ। ଏ ନେଇ ରାଜେନ୍ଦ୍ର ଜଟଣୀ ଥାନାରେ  ଅଭିଯୋଗ  କରିଥିଲେ  lପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଜଟଣୀ ତଳଖେତା ଠାରେ ୪ଟି ଚୋରା ବାଇକ ଓ ୩ ମୋବାଇଲ ପୋଲିସ ଜବତ ୩ ଲୁଟେରାଙ୍କୁ ଗିରଫ କରିଥିଲା।

Post a Comment

0 Comments