ଆଂଚଳିକ ହିନ୍ଦୁ ସଂଗଠନ ସଦସ୍ଯଙ୍କ ପତାକାକୁ ସଂଖ୍ୟା ଲଘୁ ଯୁବକ ଦ୍ବାରା ଅସମ୍ମାନ ପରେ : ଜଣେ ଗିରଫ।

utkalnews7
By
0


ଟାଙ୍ଗୀ/ନିରାକାରପୁର,୨୬।୧୨,(ଉତ୍କଳ ନ୍ୟୁଜ୍୭) : ଆଂଚଳିକ ହିନ୍ଦୁ ସଂଗଠନ ନିରାକାରପୁରର ଜଣେ ସଦସ୍ଯଙ୍କ ବାଇକ ରେ ଲାଗିଥିବା ପତାକାକୁ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ଭାଗିଂ ତଳେ ପକାଇ ଅସମ୍ମାନ କରିଥିବାରୁ ନିରାକାରପୁରରେ ଉତ୍ତେଜନା ଦେଖାଦେଇଥିଲା।ଘଟଣାରୁ ଜଣାପଡିଛି  ଖଜୁରିପଡା ପଡା ଗ୍ରାମର ଆଂଚଳିକ ହିନ୍ଦୁ ସଂଗଠନର ଜଣେ ସଦସ୍ୟ ସୈମ୍ୟରଂଜନ ବିଶୋଇ ନିଜ ମୋଟର ସାଇକେଲ ରେ ନିଜ ଘରକୁ ଯାଉଥିବା ବେଳେ ଖଜୁରିପଡା ଗ୍ରାମ ନିକଟରେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ସେକ ଅରବାଜ ବଳପୂର୍ବକ ଅଟକାଇଥିଲା।ସୈ।ମ୍ୟରଂଜନ ର ଗାଡିରେ ଲାଗିଥିବା ବଜରଗଂ ଦଳ ପତାକା  ଛିଣ୍ଡାଇ ଭାଗିଂ ତଳେ ପକାଇ ପାଦରେ ଦଳି ଦେଇଥିଲା ଏବଂ ଗାଳିଗୁଲଜ କରି ହାଣିବାକୁ ଧମକ ଦେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି।ଏହି ଘଟଣାକୁ କେନ୍ଦ୍ର କରି ଆଚଂଳିକ ହିନ୍ଦୁ ସଂଗଠନର ଶତାଧିକ ଯୁବକ ନିରାକାରପୁର ଥାନାରେ ପହଞ୍ଚି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି  ଜୋର ଧରିଥିଲା। ଅପରପକ୍ଷରେ ସଂଖ୍ୟା ଲଘୁ କମିଟି ପକ୍ଷରୁ ଅନୁରୂପ ଭାବେ ଅଭିଯୁକ୍ତ ଉପରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ଯ ଦାବି କରାଯିବା ଓ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବାରେ ପରିସ୍ଥିତି ଶାନ୍ତ ପଡିଥିଲା।ତଥାପି ବଜରଗଂ ଦଳର ପତାକାକୁ ଅସମ୍ମାନ କରିଥିବା ଘଟଣାକୁ ନେଇ ନିରାକାରପୁର ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା।ଘଟଣା ପରଦିନ ବିଳମ୍ବିତ ରାତ୍ରି ପର୍ୟ୍ଯନ୍ତ ସମାଧାନ ପାଇଁ ଥାନା ଆଇ ଆଇ ସି ଙ୍କ ଉଦ୍ୟମ ସଫଳ ହୋଇନଥିବା ବେଳେ ରବିବାର ଆଇନ ଶ୍ରୁଂଖଳାରେ ଦ୍ରୁଷ୍ଟିରୁ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ପୋଲିସ ଘଟଣା ଉପରେ ତିକ୍ଷ୍ଣ ନଜର ରଖି ଘଟଣା ଘଟାଇ ଫେରାର ଥିବା ଆସାମୀ ସେକ ଅରବାଜ କୁ ବାଲୁଗାଁ- ବାଣପୁର ଅଂଚଳରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*