ଭାରତୀୟ ଜନତା ପାର୍ଟି ଜାତୀୟ ଅଧ୍ୟକ୍ଷଙ୍କ ଗସ୍ତ ନେଇ ଚଳଚଞ୍ଚଳ,ବାଣପୁର ଅଞ୍ଚଳ।

utkalnews7
By
0


ଖୋର୍ଦ୍ଧା/ବାଣପୁର,୨୬।୧୨,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗସ୍ତ କରିବେ ଭାରତୀୟ ଜନତା ପାର୍ଟିର ଜାତୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରସାଦ ନଡ୍ଡା । ଏହି ଗସ୍ତକୁ ନେଇ ଚଳଚଞ୍ଚଳ ବାଣପୁର ଅଞ୍ଚଳ।ବାଣପୁରର ଐତିହାସିକ ପାଇକ ବିଦ୍ରୋହର ଏକତ୍ରୀତ ସ୍ଥଳି ପଲଟଣ ପଡିଆର ଦୃତଗତିରେ ଚାଲିଛି ପେଣ୍ଡାଲ ନିର୍ମାଣ କାର୍ଯ୍ୟ। ନିଜେ ରାଜ୍ୟ ଭାରତୀୟ ଜନତା ପାର୍ଟି ରାଜ୍ୟ ସଂପାଦକ ପୃଥିରାଜ ହରିଚନ୍ଦନ,ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମିରଂଜନ ମହାପାତ୍ର, ବ୍ଲକର ନିର୍ବାଚିତ ପ୍ରତିନିଧି ଓ ପ୍ରମୂଖ ନେତୃବୁନ୍ଦ ଭୁବନେଶ୍ବର ସାଂସଦ ପ୍ରତିନିଧି ହେମନ୍ତ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ନଜର ରଖିଛନ୍ତି। ତେବେ ଆସନ୍ତା ୨୮ ତାରିଖ ବୁଧବାର ଅପରାହ୍ନ ୪ଟା ସମୟରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ଜାତୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାଡ୍ଡା ଉଦବୋଧନ ଦେବେ। ହେଲିପ୍ୟାଡ ସଭାସ୍ଥଳିରୁ ମାତ୍ର ୨୦୦ମିଟର ଦୂରତ୍ବ। କର୍ମକର୍ତାଙ୍କ ସୂଚନା ଅନୁସାରେ ପ୍ରାୟ୧୫୦୦୦ (ପନ୍ଦର ହଜାରରୁ)ଉର୍ଦ୍ଧ୍ବ କର୍ମୀ ସମାଗମ ହେବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। ଆଇନ ସୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Post a Comment

0 Comments

Please Select Embedded Mode To show the Comment System.*