ଏମିତି ବି ମୃତ୍ୟୁ ଆସେ,ରାସ୍ତା ପାରି ହେବା ସମୟରେ ଅଜଣା ଗାଡି ଧକ୍କା ନେଇଗଲା ଜୀବନ।

utkalnews7
By
0


ରଣପୁର,୨୬।୧୨,(ଉତ୍କଳ ନ୍ୟୁଜ୍୭): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ ୧୬ନଂ ଜାତୀୟ ରାଜପଥ କଟକ ସହର ଛକ ନିକଟରେ ଆଜି ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ଅପରାହ୍ନ ସମୟରେ ଗୌରି ବାରିକ (୬୦) ନାମକ ଜଣେ ବ୍ୟକ୍ତି କଟକ ସହର ନିକଟରେ ରାସ୍ତା ପାରି ହେବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇ ପଳାଇ ଯାଇଥିଲା। ଘଟଣା ସ୍ଥଳରେ ଗୌରିଙ୍କ ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି।ଖବର ପାଇଁ ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଂଚି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି। ମୃତ ଗୌରି ବାରିକଙ୍କ ଘର ରଣପୁର ସୁଆଁସିଆ ସାହିର ହୋଇଥିବା ବେଳେ ସେ ବେଣ୍ଟ ଗ୍ରାମରେ ଭଡା ରହୁଥିଲେ ବୋଲି ଜଣାପଡିଛି।

Post a Comment

0 Comments

Please Select Embedded Mode To show the Comment System.*