ମଙ୍ଗଳାଯୋଡି ପକ୍ଷୀ ବିହାର ବୁଲିଲେ : ରାଜ୍ୟ ମୁଖ୍ୟ ଶାସନ ସଚିବ।

utkalnews7
By
0


ଟାଙ୍ଗୀ,୨୭।୧୨,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡି ଗସ୍ତରେ ଆସି ଆଜି ସକାଳୁ ସକାଳୁ ମଙ୍ଗଳାଯୋଡି ଜେଟିରେ ପହଂଚିଥିଲେ  ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ମଙ୍ଗଳାଯୋଡି ପକ୍ଷୀ ବିହାର ଜେଟିରେ ପହଂଚିବା ପରେ କାତ ମରା ଡଙ୍ଗାରେ ଯାଇ ଶ୍ରୀ ମହାପାତ୍ର ପକ୍ଷୀ ଅଭୟାରଣ୍ୟ ବୁଲି ଦେଖିଥିଲେ। ବିଭିନ୍ନ ଜାତିର ପକ୍ଷୀମାନଙ୍କୁ ଅତି ନିକଟରୁ ଦେଖିଥିଲେ ଶ୍ରୀ ମହାପାତ୍ର।ଏହା ପରେ ମୁଖ୍ୟ ଶାସନ ସଚିବ ଭିତ୍ତିଭୁମିର ସମୀକ୍ଷା କରିଥିଲେ। ଶୀତ ଦିନେ ପକ୍ଷୀ ଦେଖିବା ପାଇଁ ମଙ୍ଗଳାଯୋଡିକୁ ଶହ ଶହ ପର୍ଯ୍ୟଟକ ଆସୁଥିବାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଥିବା ସୁବିଧା ସୁଯୋଗର ସମୀକ୍ଷା କରିଥିଲେ।ମଙ୍ଗଳାଯୋଡି ଲେବଲ୍ କ୍ରସିଂ ଠାରୁ ପକ୍ଷୀ ବିହାର ଜେଟି ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାର ଉନ୍ନତି କରିବା, ଜେଟି ଠାରେ ପର୍ଯ୍ୟଟକମାନଙ୍କ ଗାଡି ପାର୍କିଂ ବ୍ୟବସ୍ଥାକୁ ଉନ୍ନତ କରିବା, ପରିବେଶକୁ ସ୍ବଚ୍ଛ କରିବା ପାଇଁ ଖୋର୍ଦ୍ଧା ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।ଏହା ସହ ମଙ୍ଗଳାଯୋଡିର କିଭଳି ଅଧିକରୁ ଅଧିକ ଉନ୍ନତି ହୋଇ ପାରିବ ସେ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସ୍ଥାନୀୟ ଗାଇଡ୍, ପକ୍ଷୀ ସୁରକ୍ଷା ସଂଗଠନ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ।ଏହି ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବଙ୍କ ସହ ଖୋର୍ଦ୍ଧା ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ବାଲୁଗାଁ ବନ୍ୟ ପ୍ରାଣୀ ଡ଼ିଏଫଓ ରାମସ୍ୱାମୀ, ଏ ସି ଏଫ ପ୍ରଶାନ୍ତ କୁମାର ପଣ୍ଡା, ଟାଙ୍ଗୀ ତହସିଲଦାର ଜନ୍ମେଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*