ଗୋଡାଭଙ୍ଗା ଗ୍ରାମରେ ଡ୍ରାଇଭର ମହାସଂଘ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ।


ବୋଲଗଡ଼,୧୫।୮,(ଉତ୍କଳ ନ୍ୟୁଜ୍୭) :ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ କଳାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୋଡ଼ଭଙ୍ଗା ଏବଂ ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ଡ୍ରାଇଭର ମହାସଂଘ ପକ୍ଷରୁ  ୭୭ତମ ସ୍ୱାଧୀନତା ଦିବସ ମହା ଆଡମ୍ବର ପୂର୍ଣ୍ଣ ଭାବରେ ପାଳିତ ହୋଇଯାଇଛି l ସୂଚନା ଅନୁସାରେ କଳାଙ୍ଗ ପଞ୍ଚାୟତର ଗୋଡ଼ଭଙ୍ଗା, ଗୋବର୍ଦ୍ଧନପୁର ଡ୍ରାଇଭର ମହାସଂଘ ଏବଂ ଗୋଡ଼ଭଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ଡ୍ରାଇଭର ମହାସଂଘର ସଭାପତି ସୁଦର୍ଶନ ରାଉତ, ଉପସଭାପତି ପ୍ରଭାତ ପାଲଟାସିଂହଙ୍କ ସହିତ ମହା ସଂଘର ଆଗଧାଡିର ସଦସ୍ୟମାନେ ଯଥା -ସନ୍ତୋଷ କୁମାର ଛୁଆଳସିଂ, ଜିତେନ୍ଦ୍ର କୁମାର ପ୍ରଧାନ, ଗୋପବନ୍ଧୁ ପରିଡା, ସଞ୍ଜୟ କୁମାର ଜୟସିଂହ ଏବଂ ବିଦ୍ୟାଳୟର  ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଆଜି ଗୋଡ଼ଭଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା l ପ୍ରଥମେ ସକାଳ 6ଘାଣ୍ଟିକା ୩୦ମିନିଟି ସମୟରେ ମହାସଂଘର ସମସ୍ତ ସଦସ୍ୟ, ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସମସ୍ତ ସ୍କୁଲର ଛାତ୍ରଛାତ୍ରୀମାନେ ବିଭିନ୍ନ ଗ୍ରାମ ଶୋଭାଯାତ୍ରା କରି ସ୍ୱାଧୀନତା ଦିବସ ବିଷୟରେ  ଲୋକମାନଙ୍କୁ ସଚେତନତା କରାଇଥିଲ l ପ୍ରଭାତ ଫେରିବା ପରେ ସ୍କୁଲର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାୟକ ପତାକା ଉତ୍ତଳନ କରିବା ସହିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ ତତସହିତ ଡ୍ରାଇଭର ମହାସଂଘ ତରଫରୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଙ୍ଗନବାଡି ପିଲାମାନଙ୍କୁ ବିଭିନ୍ନ ପ୍ରକାର ପ୍ରାଇଜ ଯଥା - ଖାତା, ବହି, ପେନ, ବିସ୍କୁଟ ଆଦି ପ୍ରଦାନ କରି ଉତ୍ସାହିତ କରିଥିଲେ l ଡ୍ରାଇଭ ମହାସଂଘ ସଂଘ ପକ୍ଷରୁ ବିଦ୍ୟାଳୟ ପ୍ରାଙ୍ଗଣରେ ବହୁ ମୂଲ୍ୟବାନ ନୂତନ ଚାରା ବୃକ୍ଷ ରୋପଣ  କାର୍ଯ୍ୟକ୍ରମ କରିଵା ସହିତ ପିଲାମାନଙ୍କୁ ଭବିଷ୍ୟତରେ ସେମାନେ କିପରି ଦେଶ ପାଇଁ ଭଲ କାମ କରିବେ ସେଥିପ୍ରତି ଉପଦେଶ ଦେଇଥିଲେ l ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବୋଲଗଡ ଡ୍ରାଇଭର ମହାସଂଘର ଉପସଭାପତି ଶେଖ କାଜଲ ଏବଂ ସ୍କୁଲର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାୟକଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅଙ୍ଗନୱାଡି ଶିକ୍ଷୟତ୍ରୀ ଏବଂ ସମସ୍ତ ସମ୍ମାନିତ ଅତିଥି ମାନଙ୍କୁ ଡ୍ରାଇଭର ମହାସଂଘ ପକ୍ଷରୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ l ସଂଘର ଏହି ମହତ କାଯ୍ୟ ଦେଖି କଳାଙ୍ଗ ଗ୍ରାମପଞ୍ଚାୟତର ସମସ୍ତ ବୁଦ୍ଧିଜୀବୀ, ସମାଜ ସେବୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

Previous Post Next Post