ମୃତ ଦେହ ଛାଡ଼ିବା ଲାଗି ଡ଼ାକ୍ତରଖାନାରେ ଲାଞ୍ଚ ମାଗିବା ଘଟଣା, ୪ କର୍ମଚାରୀ ବହିଷ୍କୃତ ।

utkalnews7
By
0


ବ୍ରହ୍ମପୁର/ଗଞ୍ଜାମ,୨।୯,(ଉତ୍କଳ ନ୍ୟୁଜ୍୭): ହଜିଗଲାଣି ମାନବିକତା ମୃତ ଦେହ ଛାଡ଼ିବା ଲାଗି ସରକାରୀ ଡାକ୍ତରଖାନାରେ କର୍ମଚାରୀଙ୍କ ଟଙ୍କା ଦାବି ଘଟଣା ଅଭିଯୋଗ ପରେ,୪ଜଣ କର୍ମଚାରୀ ବହିଷ୍କୃତ । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ବଡ଼ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ଼ ଗଙ୍ଗାଧର ନଗର ବାସିନ୍ଦା ପର୍ଶୁରାମ ସାହୁଙ୍କ ଶରୀର ଅସୁସ୍ଥ ଥିବାରୁ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମ୍.କେ.ସି. ଜି ହସ୍ପିଟାଲ (ବଡ ଡାକ୍ତରଖାନା)ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।ତେବେ ସିନିଅର ଡାକ୍ତରଙ୍କ ଆଦେଶ ଅନୁଯାୟୀ ପର୍ଶୁରାମଙ୍କୁ ଆଇସିୟୁ ବିଭାଗରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସିତ ସମୟରେ ତାଙ୍କର ମୃତ୍ୟୁ ହେଇଥିଲା।ଏହି ପରିସ୍ଥିତିରେ ମୃତ ଦେହକୁ ଛାଡ଼ିବା ପାଇଁ ଦୁଇ ଜଣ ସହାୟକ ଏକ ହଜାର ଟଙ୍କା ଦାବି ମୁତାବକ ପୁଅ ମହେନ୍ଦ୍ର ସାହୁ ଠାରୁ ଲାଞ୍ଚ ନେଇଥିଲେ। ଏହା ପରେ ଆଉ ଦୁଇ ଜଣ ସଫେଇ କର୍ମଚାରୀ ଲାଞ୍ଚ ଦାବି କରିଥିଲେ। ଏନେଇ ମୃତ ବ୍ୟକ୍ତି ଙ୍କ ସମ୍ପର୍କୀୟ ବସନ୍ତ ସାହୁ ନାମକ ଜଣେ ବ୍ୟକ୍ତି ଏମ୍.କେ.ସି. ଜି ହସ୍ପିଟାଲ (ବଡ ଡାକ୍ତରଖାନା) ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ।ଅଭିଯୋଗ ପାଇବା ପରେ ପ୍ରଶାସନ ତରଫରୁ ତତକ୍ଷଣାତ୍ ତଦନ୍ତ କରି ଦୁଇ ଜଣ ସହଯୋଗୀ କର୍ମଚାରୀ ଓ ଦୁଇ ଜଣ ସଫେଇ କର୍ମଚାରୀକୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*