Ad Code

Responsive Advertisement

ଟାଙ୍ଗୀ କୋର୍ଟ ର ନୂତନ ଗୃହ ଉଦଘାଟିତ।


ଟାଙ୍ଗୀ,୩।୯,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା  ଜିଲ୍ଲାର ଟାଙ୍ଗୀ ଗ୍ରାମ୍ୟ ନ୍ୟାୟାଳୟ ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତର  ନୂତନ କୋର୍ଟ ଗୃହର  ଆଜି ଉଦଘାଟିତ ହୋଇଯାଇଛି । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶା କଟକର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର , ହାଇକୋର୍ଟର  ବିଚାରପତି ବି. ଆର୍ ଷଢ଼ଙ୍ଗୀଙ୍କ କରକମଳରେ ନୂତନ କୋର୍ଟ ଗୃହ ଉଦଘାଟନ କରିବା ସହ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।ଏହା ପରେ କୋର୍ଟର ନୂତନ କୋଠା ବୁଲି ଦେଖିଲେ।ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶା କଟକ ର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର , ହାଇକୋର୍ଟର  ବିଚାରପତି ବି. ଆର୍ ଷଢ଼ଙ୍ଗୀ ଯୋଗଦେଇ ଟାଙ୍ଗୀ ଗ୍ରାମ୍ୟ ନ୍ୟାୟାଳୟ ସମ୍ପର୍କରେ ସମ୍ୟକ ସୂଚନା ଦେବା ସହିତ ଗ୍ରାମାଞ୍ଚଳରେ ଓକିଲ ଙ୍କ ଭୂମିକା ସମ୍ପର୍କରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶା କଟକର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର , ହାଇକୋର୍ଟ ର  ବିଚାରପତି ବି. ଆର୍ ଷଢ଼ଙ୍ଗୀ ବିସ୍ତୃତ ଆଲୋଚନା କରିଥିଲେ ।ଖୋର୍ଦ୍ଧା ଜିଲ୍ଲା ଜର୍ଜଙ୍କ ପୌରାହିତରେ କାର୍ଯ୍ୟକ୍ରମ ପରିଚାଳନା ଓ ସମ୍ପାଦନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଭୂବନେଶ୍ୱର,ଖୋର୍ଦ୍ଧା,ଜଟଣୀ,ବାଣପୁର,ଟାଙ୍ଗୀ, ଓ ଚିଲିକା ବାର ଆସୋସିଏସନ ଓକିଲ ମାନେ ଯୋଗଦେଇଥିଲେ।ଟାଙ୍ଗୀ ଗ୍ରାମ୍ୟ କୋର୍ଟ ଉଦଘାଟନ ପରେ ଲୋକମାନେ ଏଠାରେ ନ୍ୟାୟିକ ସୁବିଧା ପାଇପାରିବେ ।ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ଆସନ୍ତାକାଲି ଅର୍ଥାତ  ୪ ତାରିଖରୁ ଏହି କୋର୍ଟ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି।

Post a Comment

0 Comments