ଇଟାମାଟିରେ ସାର୍ବଜନୀନ ଦୁର୍ଗାପୂଜା ପାଳିତ ହେଉଛି ।

utkalnews7
By
0


ନୟାଗଡ଼,୨୨।୧୦ (ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ଇଟାମାଟି ବଜାରରେ ମହାଆଡ଼ମ୍ବରରେ ସାର୍ବଜନୀନ ଦୁର୍ଗାପୂଜା ଚାରିଦିନ ବ୍ୟାପି ପାଳିତହେଉଛି । ସପ୍ତମି ଠାରୁ ଦଶହରା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଦୁର୍ଗାପୂଜା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପ୍ରଧାନ, ସମ୍ପାଦକ ନବକିଶୋର ସାହୁ ,ବଜାର ବଣିକ ସଙ୍ଘ ସଭାପତି କିଶୋର ଚନ୍ଦ୍ର ନାୟକ ,ଜିଲ୍ଲାପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲା, ସରପଞ୍ଚ ସ୍ୱପ୍ନେଶ୍ଵରୀ ସେଠୀ ,ସମିତି ସଭ୍ୟା ଗୋଲାପ ରାଣୀ ସେଠୀ ,ଶ୍ରଵଣ କୁମାର ରାମ, ଉମେଶ ଚନ୍ଦ୍ର ସାହୁ, ମନୋଜ କୁମାର ସାହୁ, ଅଜୟ ସାହୁ, ଅଜିତ ପ୍ରସାଦ ସାହୁ, ଭାଗିରଥି ବାଇ, ବିଶ୍ୱନାଥ ମହାପାତ୍ର, ସୁବାଷ ଚନ୍ଦ୍ର ଜେନା କୃପାସିନ୍ଧୁ ପ୍ରଧାନ , କପିଳାଶ ନାୟକ , ସହୋଦବ ବିଶ୍ୱାଳ ବଜାର ବୈଜେଷ୍ଟ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହୁ ଉପସ୍ଥିତ ରହି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ । ଇଟାମାଟି ବଜାରର ସମସ୍ତ ବ୍ୟବସାୟ ଭାଇମାନେ ସମସ୍ତ ଗ୍ରାମବାସୀ ବୃନ୍ଦ ମହାସପ୍ତମୀରେ ମା' ଙ୍କ ଦର୍ଶନ ଲାଭ କରି ଇଟାମାଟି ଗ୍ରାମର ମଙ୍ଗଳ କାମନା କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*