Ad Code

Responsive Advertisement

ପ୍ରଶାନ୍ତ ସ୍ମାରକୀ ଫୁଟବଲ ଟୁର୍ଣାମେଣ୍ଟ ୫-୦ଗୋଲ୍ ରେ ହାଟବରଡି ବିଜୟୀ।


ଟାଙ୍ଗୀ,୨୨।୧୦,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସ୍ପୋର୍ଟସ  ଆସୋସିଏସନ୍ ଆନୁକୂଲ୍ୟରେ ଚିଲିକା ଷ୍ଟାଡିୟମ ଠାରେ ଚାଲିଥିବା ପ୍ରଶାନ୍ତ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜି ଫାଇନାଲ ମ୍ୟାଚ୍ ରେ ସତ୍ୟ ନାରାୟଣ କ୍ଳବ୍ ହାଟବରଡି ସହିତ ଗୋପାଳପୁର ଫୁଟବଲ କ୍ଳବ୍ ର ମୁକାବିଲା ହୋଇଥିଲା।ଅଭିଜ୍ଞ ଖେଳାଳୀ ମାନଙ୍କୁ ନେଇ ହାଟବରଡି ଦଳ ସୁନ୍ଦର ଖେଳ ପ୍ରଦର୍ଶନ କରି ୫-୦ ଗୋଲ୍ ରେ ବିଜୟୀ ହୋଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା। ଅତିଥି ଭାବେ ଭାଜପା ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡୟତରାୟ, ସାଂସଦ ପ୍ରତିନିଧି ହେମନ୍ତ କୁମାର ବେହେରା, ସମାଜ ସେବୀ ରମେଶ କୁମାର ବେହେରା,ଯୁବ ମୋର୍ଚା ସଭାପତି ସମର ଜିତ ଜେନା, ଡାକ୍ତର ମଧୁସୂଦନ ସେନାପତି, କ୍ରୀଡା ସଂଗଠକ ବିଜୟ କୁମାର ରାଉତ,ଯୁବ ନେତା ପ୍ରଭାତ କୁମାର ସ୍ବାଇଁ,ଅଧ୍ୟାପକ ସୁଶିଲ ମହାପାତ୍ର , କିଶୋର ବରାଳ ପ୍ରମୁଖ ଯୋଗ ଦେଇ ଉଭୟ ଦଳର ଖେଳାଳୀମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ପ୍ରିୟବ୍ରତ ବାହିନୀପତି, ଅବିନାଶ ପଟ୍ଟନାୟକ, ବିପିନ କୁମାର ସାମନ୍ତରାୟ ଓ କୃଷ୍ଣ ଚନ୍ଦ୍ର ବେହେରା ଖେଳ ପରିଚାଳନା କରିଥିଲେ। ନନ୍ଦ କିଶୋର ସ୍ବାଇଁ, ସୁଶାନ୍ତ କୁମାର ବିଶ୍ବାଳ, ପ୍ରଣୟ ପାଇକରାୟ, ସତ୍ୟ ରଂଜନ ଜେନା, କାହ୍ନୁ ପାତ୍ର,ସମର ମାଝୀ ପ୍ରମୁଖ କାର୍ଯ୍ୟ କ୍ରମ କୁ ସହଯୋଗ କରିଥିଲେ।

Post a Comment

0 Comments