ଆରିକମାରେ ମା "କୋଶଳାଶୁଣୀ ମହୋତ୍ସବ ଉଦଘାଟିତ ।

utkalnews7
By
0


ବୋଲଗଡ଼,୨୦।୧୦,(ଉତ୍କଳ ନ୍ୟୁଜ୍୭) : ବୋଲଗଡ଼ ବ୍ଲକ୍ ଆରିକମା ଗ୍ରାମବାସୀ ଓ ମା"କୋଶଳାଶୁଣୀ ମନ୍ଦିର ପରିଚାଳନା କମିଟର ମିଳିତ ଆନୁକୂଲ୍ୟରେ କୋଶଳାଶୁଣି ମହୋତ୍ସବ  ଅନୁଷ୍ଠିତ ହେଉଛି।ଏହି ମହୋତ୍ସବ ସମାଜ ସେବୀ ଶେଷଦେବ ପ୍ରଧାନ, ପ୍ରଦୀପ ପଟ୍ଟନାୟକ, ମନୋରଞ୍ଜନ ପରିଡା,ପ୍ରମୋଦ କୁମାର ସାହୁ, କିଶୋର ଚନ୍ଦ୍ର ସାହୁ, ରବୀନ୍ଦ୍ର କୁମାର ମହାପାତ୍ର, ଦିଲ୍ଲୀପ କୁମାର ଯତି, ନବକିଶୋର ଯତି, ଚନ୍ଦ୍ର ଶେଖର ପ୍ରତାପ ସିଂହ ପ୍ରମୁଖଙ୍କ ମିଳିତ ଆବାହକତ୍ୱରେ ପାଞ୍ଚଦିନ ଧରି ମା "କୋଶଳାଶୁଣି ମହୋତ୍ସବ  ଅନୁଷ୍ଠିତ ହେବ।ଆଜିର ମହୋତ୍ସବ ଉଦଘାଟନ କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସମାଜ ସେବୀ ବ୍ରଜବନ୍ଧୁ ସୁବୁଦ୍ଧି, ମୁଖ୍ୟବକ୍ତା ଭାବେ ସନ୍ତୋଷ କର ଓ଼ ସମ୍ମାନିତ  ଅତିଥିଭାବେ ଦିଲ୍ଲୀପ କୁମାର ଦତ୍ତ, ସୁଶାନ୍ତ କୁମାର ପାଇକରାୟ ପ୍ରମୁଖ ଯୋଗଦେଇଥିଲେ । ମହୋତ୍ସବର ପ୍ରାରମ୍ଭରେ ସମସ୍ତ ନିମନ୍ତ୍ରିତ ଅତିଥିମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ  ଫୁଲ, ଚନ୍ଦନ, ଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ । ଏହି ମହୋତ୍ସବରେ ବହୁ ଜନସାଧାରଣ ଯୋଗଦେଇ ସାମାଜିକ ନାଟକ ଓ଼ ଚିତାକର୍ଷକ  ସାଂସ୍କୃତିକ  କାର୍ଯ୍ୟକ୍ରମକୁ  ମନଭରି ଉପଭୋଗ କରିଥିଲେ । ମହୋତ୍ସବ ମାଧ୍ୟମରେ କଳା, ସଂସ୍କୃତି ଓ଼ ଗ୍ରାମର ବିକାଶ ହୋଇଥାଏ ବୋଲି ମୁଖ୍ୟଅତିଥି ଶ୍ରୀ ସୁବୁଦ୍ଧି କହିଥିଲେ । ମହୋତ୍ସବ  ଦ୍ୱାରା ଯୁବଗୋଷ୍ଠୀମାନଙ୍କ  ମଧ୍ୟରେ ଏକତା, ସମନୟ ରକ୍ଷଳ କରାଯାଇ ଭାଇଚାରର  ସମ୍ପର୍କ ସୃଷ୍ଟି ହୁଏ ବୋଲି ମୁଖ୍ୟବକ୍ତା  ସନ୍ତୋଷ କର କହିଥିଲେ । ମହୋତ୍ସବ  ଉପଲକ୍ଷେ ଛୋଟବଡ ଦୋକାନକୁ ନେଇ ମିନିବଜାର ସୃଷ୍ଟି ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସମାଜ ସେବୀ ମନୋଜ କୁମାର ପରିଡା  ଓ ଜଗବନ୍ଧୁ ସାହୁ ସଂଯୋଜନା କରିଥିଲେ । ଲେଖକ ତଥା କବି ବୈଶୀଧର ପଣ୍ଡାଙ୍କ ଦ୍ୱାରା ଲିଖିତ "ମୋ,ଗାଁ "ପୁସ୍ତକକୁ ମୁଖ୍ୟଅତିଥି ବ୍ରଜବନ୍ଧୁ ସୁବୁଦ୍ଧି ଉନ୍ମୋଚନ କରିଥିଲେ । ପରିଶେଷରେ ସମାଜସେବୀ ରବୀନ୍ଦ୍ର କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



ମା'କୋଶଳାଶୁଣୀ ମହୋତ୍ସବ ଉଦଘାଟିତ।

Post a Comment

0 Comments

Please Select Embedded Mode To show the Comment System.*