ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ଦେବଙ୍କ ପୀଠରେ ମକର ମହୋତ୍ସବ-୨୦୨୫ ପାଳିତ।

utkalnews7
By
0



ଟାଙ୍ଗୀ,୧୪/୧(ଉତ୍କଳ ନ୍ୟୁଜ୍୭) : କଳା,ସଂସ୍କୃତି ,ଐତିହ୍ୟ ଓ ପ୍ରକୃତିକ ସୈନ୍ଦର୍ଯ୍ୟ ରେ ଭରା ଆମ ରାଜ୍ୟ ଓଡ଼ିଶା । ଏଠି ପାଳିତ ହୁଏ ବାର ମାସରେ ତେର ପର୍ବ ତାହାରି ଭିତରୁ ମକର ସଂକ୍ରାନ୍ତି ପର୍ବ ଅନ୍ୟତମ। ଦିର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ଗିରି ଗୋବର୍ଦ୍ଧନ ପାହାଡ଼ ଶୀଖରରେ ପୂଜା ପାଉଥିବା ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ଦେବଙ୍କ ପୀଠ ଆଜି  ମକର ମହୋତ୍ସବ-୨୦୨୫ ଅବସରରେ ଚଳ ଚଞ୍ଚଳ ହୋଇଉଠିଛି।ନାମ ସଂକିର୍ତ୍ତନ ଓ ରାମ ନାଟକ ସହ ମହାପ୍ରଭୁଙ୍କ ପୀଠରେ ଧୂପ ଦୀପ ରେ ପରିପୂର୍ଣ୍ଣ ହୋଇ ଉଠିଛି।୧୦୧ପାହାଚ ଚଢ଼ି ପ୍ରାୟ ୨୦ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିବା ଗିରିଗୋବର୍ଦ୍ଧନ କମିଟି ତରଫରୁ ସୂଚନା ମିଳିଛି।ପୂର୍ବରୁ ଏହି ଐତିହ୍ୟ ଭରା ସ୍ଥାନ ବିଷୟରେ ଅନେକ ଲୋକ କଥା ରହିଛି। ଆଜକୁ ୪ ବର୍ଷ  ଧରୀ  ସ୍ଥାନୀୟ ଯୁବକ ମାନଙ୍କ ପ୍ରଚେଷ୍ଟା ଓ କିଛି ବଦାନ୍ୟ ବ୍ୟକ୍ତି ଙ୍କ ଦାନରେ ଟାଙ୍ଗୀ  ପୁରୁଣା ଜାତୀୟ ରାଜପଥ ରୁ ଏକ ମାଟି ରାସ୍ତା ପାହାଡ଼ ର ପାଦ ଦେଶ ପର୍ଯ୍ୟନ୍ତ ଯାଇଛି।

ଏଥି ସହ ମହାପ୍ରଭୁଙ୍କ ପୀଠ କୁ ଯିବାଲାଗି ରହିଥିବା ୧୦୧ ପାହାଚ ମଧ୍ୟରୁ ପ୍ରାୟ ୭୨ଟି ପାହାଚ ସିମେଣ୍ଟ କରାଯାଇଥିବା ସୂଚନା ମିଳିଛି।ଏହି ପୀଠର ମୁଖ୍ୟ ସମସ୍ୟା ହେଉଛି ଆଲୋକୀକରଣ ଓ ପାନୀୟ ଜଳର ସମସ୍ୟା। ରାଜ୍ୟ ସରକାରଙ୍କ ତରଫରୁ ଏହି ଐତିହାସିକ ପୀଠ ର ଉନ୍ନତି ଲାଗି ଦୃଷ୍ଟି ଦେବାକୁ ଗିରିଗୋବର୍ଦ୍ଧନ କମିଟି ତରଫରୁ ଦାବି ହେଉଛି।


Post a Comment

0 Comments

Please Select Embedded Mode To show the Comment System.*