କୃଷକ ନେତା ଭୁବନେଶ୍ୱର ମହାରାଣାଙ୍କ ସ୍ମୁତିଚାରଣ ସଭା ଅନୁଷ୍ଠିତ।

utkalnews7
By
0


ଟାଙ୍ଗୀ,୧୬/୪,(ଉତ୍କଳ ନ୍ୟୁଜ୍୭) :  ବିଶିଷ୍ଟ କମ୍ୟୁନିଷ୍ଟ ତଥା କୃଷକ ନେତା ଭୁବନେଶ୍ୱର ମହାରଣା ଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ସ୍ମୁତିଚାରଣ ସଭା ଟାଙ୍ଗୀ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି କାର୍ଯ୍ୟାଳୟ ପରିସରରେ ଖୋରଧା ଜିଲ୍ଲା କମିଟିର ପୂର୍ବତନ ସମ୍ପାଦକ ଅନନ୍ତ ମଙ୍ଗରାଜଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ କମିଟି ସମ୍ପାଦକ ସୁରେଶ ପାଣିଗ୍ରାହୀ, କୃଷକ ସଭା ରାଜ୍ୟ କମିଟି ସଭ୍ୟ ଜମ୍ବେଶ୍ୱର ସାମନ୍ତରାୟ, ଖୋରଧା ଜିଲ୍ଲା ପରିଷଦର ପ୍ରାକ୍ତନ ଅଧକ୍ଷ ରାମଚନ୍ଦ୍ର ମହାପାତ୍ର ଓ ଶିକ୍ଷକ ନେତା ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ ପ୍ରମୁଖ ମଂଚାସୀନ ଥିଲେ। ଭୁବନେଶ୍ୱର ମହାରଣା ଏହି ଅଂଚଳର କୃଷକ, ମତ୍ସ୍ୟଜୀବୀ, ଶିକ୍ଷକ, ଛାତ୍ର, ଶ୍ରମିକ ଓ ଦିନ ମଜୁରିଆଙ୍କ ଆନ୍ଦୋଳନ ରେ ଆଜୀବନ ସକ୍ରିୟ ଭୂମିକା ଗ୍ରହଣ କରି ବହୁ ସଫଳଳତା ଅର୍ଜନ କରିଥିଲେ । ଆଜି ଧର୍ମ ନାମରେ ଦେଶର ସମ୍ବିଧାନ କୁ ଯେପରି ନିଜ ଦଳୀୟ ସୁବିଧା ପାଇଁ ପରିବର୍ତ୍ତନ କରୁଛନ୍ତି ତାହା ଦେଶ କୁ ଖଣ୍ଡ ବିଖଣ୍ଡିତ କରିବାର ସମ୍ଭାବନା ରହିଛି । ଏହା ବିରୋଧରେ ସଚେତନ ଯୁବକ,ଛାତ୍ର,ଶ୍ରମିକ, କୃଷକ ଏକ ଜୁଟ ହୋଇ ଗଣତାନ୍ତ୍ରିକ ଆନ୍ଦୋଳନ ଚଳାଇବାର ଆବଶ୍ୟକତା ରହିଛି। ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ପ୍ରସାଦ ଧଳ, ପ୍ରଭାତ ପାଣିଗ୍ରାହୀ. ବିଛନ୍ଦ ଜୟସିଂହ, ବିଧୁଭୂଷଣ ମହାରଣା, ସାରଙ୍ଗ ଧର ବେହେରା, କିଶୋର କୁମାର ପରାମଗୁରୁ ପ୍ରମୁଖ ସଂଗ୍ରାମୀ ସ୍ବର୍ଗତ ମହାରାଣାଙ୍କ ବହୁମୁଖୀ ଜନହିତକର ସଂଗ୍ରାମରେ ଅଂଶଗ୍ରହଣ ସମ୍ପର୍କରେ ଆଲୋଚନା କରିଥିଲେ ଶେଷ ଜୀବନ ପର୍ଯ୍ୟନ୍ତ ସେ ଜଣେ ସାଲିସବିହୀନ ସଂଗ୍ରାମୀ ରୂପେ ଅଞ୍ଚଳ ରେ ବିଶେଷ ଲୋକପ୍ରିୟ ଥିଲେ । ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଯୁବ ସମାଜ ଦେଶ କୁ ସୁରକ୍ଷିତ କରିବାକୁ ଆହ୍ୱାନଦିଆ ଯାଇଥିଲା । ଗିଟୁ ମହାରଣା ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ବହୁ ଯୁବକ ଓ ବୁଦ୍ଧିଜୀବୀ ଏହି ସ୍ମୁତିଚାରଣ ସଭାରେ ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*