ଟାଙ୍ଗୀ,୧୩/୧୧ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ବାବା ରାମେଶ୍ଵର ଦେବଙ୍କ ମନ୍ଦିର ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମାଡ଼ ପିଟ୍ ମାମଲାର ସାକ୍ଷ୍ୟପ୍ରମାଣକୁ ଭିର୍ତ୍ତି କରି ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ। ବିବରଣୀରୁ ଜଣାଯାଏ ଯେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର କାହ୍ନୁ ବେହେରାଙ୍କୁ ପୁଅ ଗତ ତା-୧/୩/୨୦୨୩ରିଖରେ ସେହି ଗ୍ରାମର ବାବା ରାମେଶ୍ଵର ଦେବଙ୍କ ପୂର୍ଣ୍ଣାହୂତି ସରିବା ପରେ ଭୋଗ ଖାଇସାରି କାହ୍ନୁ ବେହେରା ମନ୍ଦିର ପାର୍ଶ୍ୱରେ ବସିଥିବା ବେଳେ ସେହି ଗ୍ରାମର ବୁଲା ବେହେରାଙ୍କ ପୁଅ ନାଲୁ ଓରଫ୍ ଦିଲ୍ଲିପ କୁମାର ବେହେରା ଓ ମଣିଆ ବେହେରାଙ୍କ ପୁଅ ମାନ ଓରଫ୍ ଇଲୁ ବେହେରା ରାତି ୩ଘଣ୍ଟିକା ୨୦ମିନିଟ୍ ସମୟରେ ମେଳ ହୋଇ ଗାଳିଗୁଲଜ କରିବା ସହିତ ବିଧା,ଗୋଇଠା ମାରି,ସାର୍ଟ ଚିରି , ବାଉଁଶ ଫାଳିଆ ରେ ନିସ୍ତୁକ ମାଡ଼ ମାରିଥିଲେ। ଯାହା ଫଳରେ କାହ୍ନୁ ବେହେରାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିଲା । ଏପରି କି ଆସାମୀ ମାନେ କାହ୍ନୁ ବେହେରାଙ୍କ ମା କୁ ମାଡ଼ ମାରି ଯଖମ କରିଥିଲେ । ଏହି ଘଟଣାର ତଦନ୍ତ କରି ଟାଙ୍ଗୀ ଥାନା ପୋଲିସ୍ ୨୩୪/୨୦୨୩ରେ ଭାରତ ମାମଲା ରୁଜୁ କରିଥିଲ।ଏହି ଘଟଣାକୁ ନେଇ ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ରେ ଜିଆର୍ କେସ୍ ନଂ ୧୬୫/୨୦୨୩ରେ ଏକ ମାମଲା ରୁଜୁ ହୋଇଥିଲା।ଏହି ମାମଲାରେ ସାକ୍ଷ୍ୟ ପ୍ରମାଣକୁ ଭିର୍ତ୍ତି କରି ମୁଦଲା ନାଲୁ ଓରଫ୍ ଦିଲ୍ଲିପ କୁମାର ବେହେରା ଓ ମାନ ଓରଫ୍ ଇଲୁ ବେହେରାଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୨୩ ମତେ ୪ମାସ ଜେଲ୍ ଦଣ୍ଡାଦେଶ ଓ ୩୨୫ ଦଫା ମତେ ୨ବର୍ଷ ଜେଲ୍ ଦଣ୍ଡାଦେଶ ଓ ଉଭୟଙ୍କୁ ପାଞ୍ଚ ପାଞ୍ଚ ହଜାର ଟଙ୍କା ଲେଖାଏଁ ଜୋରିମାନା ଟଙ୍କାରୁ ୫ହଜାର ଟଙ୍କା ମୁଦେଇ କାହ୍ନୁ ବେହେରାଙ୍କୁ କ୍ଷତି ପୂରଣ ଦେବା ସହ ଜୋରିମାନା ଅନାଦେୟ ୪ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଯୁଧିଷ୍ଠିର ଦଳେଇ।ଏହି ଜୋରିମାନା ଟଙ୍କାରୁ ୫ହଜାର ଟଙ୍କା ମାଡ଼ ଖାଇଥିବା ବ୍ୟକ୍ତି ଦେବା ପାଇଁ ଆଦେଶ କରିଛନ୍ତି।ଏହି ମାମଲାରେ ସରକାରଙ୍କ ତରଫରୁ କ୍ୟାଡ଼ର ସରକାରୀ ଓକିଲ କୈଳାସ ଚନ୍ଦ୍ର ନାଥ ମାମଲାର ପରିଚାଳନା କରୁଥିଲେ।