ସୁଯୋଗ୍ୟ ଓଡ଼ିଆ ସମ୍ମାନରେ ସମ୍ମାନିତ ହେଲେ ପଦ୍ମନାଭ ବିଶ୍ୱାଳ ।

utkalnews7
By
0


ଟାଙ୍ଗୀ,୧୫/୪,(ଉତ୍କଳ ନ୍ୟୁଜ୍୭):ରାଜଧାନୀର ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ନମାମି ମନ୍ଦାକିନୀ ନବ ବର୍ଷ ମହୋତ୍ସବରେ ରାଜ୍ୟର ବିଶିଷ୍ଠ ବ୍ୟକ୍ତି ମାନେ ହୋଇଛନ୍ତି ସମ୍ବର୍ଦ୍ଧିତ।ଓଡିଶା ନାଗରିକ ମଞ୍ଚ, ନବବର୍ଷ ମହୋତ୍ସବ ଓ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧକ୍ଷ ତଥା ସୁବାର୍ତ୍ତା ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ୧୪୩୨ସାଲ ମହାବିଷୁବ ପଣା ସଂକ୍ରାନ୍ତି ଏବଂ ମହାବୀର ହନୁମାନ ଜୟନ୍ତୀ ଓ ମେରୁ ଉପବାସ ଅବସରରେ ସକାଳେ ବୁଦ୍ଧ ମନ୍ଦିର ଓ ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପ ଠାରେ ରାଜ୍ୟର ବିଭିର୍ଣ୍ଣ ବ୍ୟକ୍ତି ମାନଙ୍କୁ ସେମାନଙ୍କ ସାମାଜିକ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚ ଶିକ୍ଷା, ସଂସ୍କୃତି, ଭାଷା ସାହିତ୍ୟ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ, ବ୍ରହ୍ମାନନ୍ଦ ସରସ୍ବତୀ ପ୍ରମୁଖ ଅତିଥି ରୂପେ ଯୋଗଦେଇ ସରକାରୀ ସ୍ତରରେ ଓଡ଼ିଆ ନବ ବର୍ଷ ପାଳନ ହେବାର ଶ୍ରେୟ ଏହି ସଂଗଠନକୁ ଦେଇ ଥିଲେ।ଦୀର୍ଘ ଦିନ ଧରି ଓଡ଼ିଆ ଭାଷା ସଂସ୍କୃତି ଐତିହ୍ୟ ସୁରକ୍ଷା ସମ୍ପର୍କରେ ଆନ୍ଦୋଳନ ଜନିତ ତଥ୍ୟ ଉପସ୍ଥାପନ କରିଥିଲେ ପ୍ରଦ୍ୟୁମ୍ନ ଶତପଥୀ ମଞ୍ଚ ପରିଚାଳନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ ସମ୍ପାଦକ ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ ଙ୍କ ସମେତ ଅନ୍ୟାନ୍ୟ ସଭ୍ୟ ମାନେ ସହଯୋଗ କରିଥିଲେ। ଏହି ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରା, ଲୋକ କଳା, କୀର୍ତ୍ତନ, ପାଲା, ପାଇକ ଆଖଡ଼ା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମ ରେ ଅବଦାନ ରଖିଥିବା ବିଶିଷ୍ଠ ବ୍ୟକ୍ତିମାନଙ୍କୁ ଶିର ସ୍ତ୍ରାଣ, ଅଙ୍ଗବସ୍ତ୍ର, ଉପ ଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ବିଶିଷ୍ଟ ସଂଗଠକ, କ୍ରୀଡ଼ାବିତ, ସର୍ବଭାରତୀୟ ଶିକ୍ଷକ ନେତା ତଥା ନିର୍ଭିକ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳଙ୍କୁ ସ୍ଵଂୟ ଶ୍ରେଷ୍ଠ, ସ୍ଵଂୟ ସିଦ୍ଧ, ସତ୍ୟପ୍ରାଣ, ସତ୍ୟାଧର୍ମୀ, ସତ ଜ୍ଞାନୀ ସୁଯୋଗ୍ୟ ଓଡ଼ିଆ ସମ୍ମାନ ପ୍ରଦାନ କରାଯାଇଥିଲା। ଗ୍ରାମାଞ୍ଚଳ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ଲେଖନୀ ଚଳାଇ ଆସିଥିବା ଶ୍ରୀ ବିଶ୍ୱାଳ ବହୁ ସାମାଜିକ ସଂଗଠନ ସହ ଜଡିତ ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ହୋଇ ସଂପ୍ରତି ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ସଭାପତି ଅଛନ୍ତି।ଅନ୍ୟାୟ, ଅନୀତି, ବ୍ୟଭିଚାର ଓ ସରକାରୀ ଅବହେଳା ସମ୍ପର୍କରେ ନିୟମିତ ସ୍ୱର ଉତ୍ତୋଳନ କରିଆସିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*