ଟାଙ୍ଗୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସଫେଇ କର୍ମଚାରୀ ନିଯୁକ୍ତିରେ ଅନିୟମିତତା ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ।

utkalnews7
By
0



ଟାଙ୍ଗୀ,୩/୯:(ଉତ୍କଳ ବ୍ୟୁରୋ) : ଦିର୍ଘ ବର୍ଷର ଦାବି ପରେ ଟାଙ୍ଗୀ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପାଇଲା ହେଲେ ସଫେଇ କର୍ମଚାରୀ ନିଯୁକ୍ତିରୁ ବାଦ ପଡିଲେ ଟାଙ୍ଗୀ ୪ ନମ୍ବର ଓ୍ବାର୍ଡ ବାସିନ୍ଦା। ଏନେଇ ଟାଙ୍ଗୀ ହରିଜନ ସାହିର ମହିଳା ଓ ପୁରୁଷ ଟାଙ୍ଗୀ ବିଡିଓ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱ ରେ ଥିବା ରୁମାନା ଜାଫ୍ରିଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛିା ସୂଚନାଯୋଗ୍ୟ, ଗତ ସ୍ବାୟତ ଶାସନ ଦିବସ ପାଳନ ଅବସରରେ ପ୍ରଥମେ ଟାଙ୍ଗୀ ଏନଏସି ସଫେଇ କାର୍ଯ୍ୟକ୍ରମ କୁ ଖୋରଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଝାଡୁ ଧରି ସଫେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପରେ ସଫେଇ କର୍ମଚାରୀ ସେମାନଙ୍କର କାମ ଆରମ୍ଭ କରିଥିଲେ। ଅଭିଯୋଗ ଏହିକି ଯେ ଟାଙ୍ଗୀ ୪ ନମ୍ବର ଓ୍ବାର୍ଡ ରେ ଯଥେଷ୍ଟ ସଫେଇ କାର୍ଯ୍ୟ ପାଇଁ ଲୋକ ଅଛନ୍ତି ସେମାନଙ୍କୁ ଓ ସର୍ବସାଧାରଣଙ୍କୁ ଅନ୍ଧାରରେ ରଖି ଟାଙ୍ଗୀ ର ସଫେଇ କରିବା ପାଇଁ ଯଥେଷ୍ଟ ବ୍ୟକ୍ତି ଥିବା ବେଳେ ଟାଙ୍ଗୀ ବାହାର ର ବ୍ୟକ୍ତି ମାନଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି । ତେବେ ସମାଜସେବୀ ତଥା ଆଇନଜୀବୀ ରମେଶଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଟାଙ୍ଗୀ ହରିଜନ ସାହିର ସୁବାସ ନାୟକ,ନିରୁ ନାୟକ,ଜାପାନି ନାୟକ,ବ୍ରଜକିଶୋର ନାୟକ,ବିପିନ ନାୟକ ଙ୍କ ସମେତ ବହୁ ବାସିନ୍ଦା ଟାଙ୍ଗୀ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରମତୀ ଜାଫ୍ରିଙ୍କୁ ଅଭିଯୋଗ ପତ୍ର ପ୍ରଦାନ ପରେ ସରକାରଙ୍କ ନୀୟମ ଅନୁସାରେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*