ମାଲିକ ପାଖରେ ଜମି ପଟ୍ଟା : ସବ-ରେଜିଷ୍ଟାର ଅଫିସରେ ୧୭ ଏକର ଜମି ରେଜିଷ୍ଟ୍ରି ହେଲା କେମିତି?

utkalnews7
By
0

ବାଣପୁର : ପୂର୍ବରୁ ମଲା ଲୋକଙ୍କ ନାଁରେ ଜମି ରେଜିଷ୍ଟ୍ରି ହେଉଥିଲା। ଏବେ ଆଧୁନିକ ଯୁଗରେ ଲୋକ ବଦଳାଇ ହେଉଛି ରେଜିଷ୍ଟ୍ରି । ଏ ଘଟଣା କେଉଁ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ନୁହେଁ ରାଜ୍ୟ ରାଜଧାନୀ ଜିଲ୍ଲାରେ ଘଟିଛି। ଖୋରଧା ଜିଲ୍ଲା ବାଣପୁର ତହସିଲ୍ ଅନ୍ତର୍ଗତ କହ୍ନେଇପୁର ମୌଜାର ପ୍ରାୟ ୧୭ ଏକର ଜମି ବାଣପୁର ସବ-ରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ଜାଲିଆତି ଭାବେ ରେଜିଷ୍ଟ୍ରେସନ ହୋଇଥିବାର ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ମୁତାବକ ୨୦୧୮ ମସିହାରେ ବିଶଧିର ସଫ୍ଟୱେର ସଲ୍ୟୁସନ ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ଡାଇରେକ୍ଟର ବିମ୍ବାଧର ବିଶ୍ୱାଳ ପ୍ରାୟ ୧୭ ଏକରରୁ ଊର୍ଦ୍ଧ୍ବ ଜମି କହ୍ନେଇପୁର ମୌଜାରୁ କିଣି ଥିଲେ। ତେବେ ଗତ ଅଗଷ୍ଟ ୧୦, ୧୭,୨୧ ତାରିଖରେ କିଛି ଜମି ଦଲାଲ ଚଞ୍ଚକତା କରି ତିନୋଟି ପର୍ଯ୍ୟାୟରେ ପ୍ରାୟ ୧୭ ଏକର ଜମିକୁ ଜମି ମାଲିକ ବିମ୍ବାଧର ବିଶ୍ୱାଳଙ୍କ ଅଗଚୋରରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିମ୍ବାଧର ବିଶ୍ୱାଳ ଦର୍ଶାଇ ବାଣପୁର ସବରେଜିଷ୍ଟ୍ରାର ଅଫିସରେ ଶତ୍ରୁଘ୍ନ ମଲ୍ଲଙ୍କ ନାମରେ ରେଜିଷ୍ଟ୍ରିଭୁକ୍ତ କରାଯାଇଛି। କୌଣସି ସୂତ୍ରରୁ ଉକ୍ତ ଜମି ଜାଲିଆତି ବିକ୍ରିପତ୍ର ବାବଦରେ ବିମ୍ବାଧର ବିଶ୍ବାଳ ଜାଣିବା ପରେ ଗତ ୦୪.୦୯.୨୦୨୬ ରିଖ ଦିନ ବରିଷ୍ଠ ଓକିଲଙ୍କ ଦ୍ବାରା ବାଣପୁର ତହସିଲଦାର, ସବରେଜିଷ୍ଟର ଏବଂ ନାଚୁଣୀ ଥାନାରେ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଯାହାଦ୍ବାର ଉକ୍ତ ଘାଟଣା ସହ ସମ୍ପୃକ୍ତ ସମସ୍ତ ଜମି ଦଲାଲ, ଜମି କ୍ରେତା, ବିକ୍ରେତା, ଅସାଧୁ କର୍ମଚାରୀ ଏବଂ ଅଧିକାରୀ ମାନଙ୍କ ବିରୁଦ୍ଧରେ ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବା ସହ ଦଲିଲିକୁ ରଦ୍ଦ କରାଯିବା ପାଇଁ ଅଭିଯୋଗ କରାଯାଇଛି। ଉକ୍ତ ଘଟଣା ସମ୍ପର୍କରେ ବାଣପୁର ସବ- ରେଜିଷ୍ଟାର ରମେଶ ଚନ୍ଦ୍ର ପାଣିଙ୍କ ମତାମତ ନେବାରେ ଘାଟଣା ସତ୍ୟ ଏହି ବାବଦରେ ଥାନାରେ ଅଭିଯୋଗ କରାଯାଇଛି। ଜମି ରେଜିଷ୍ଟ୍ରେସନ କାରବାରରେ ଦାସ୍ତାବିଜ୍, ମାଲିକାନା ଏବଂ ରେଜିଷ୍ଟ୍ରିକରଣ ପ୍ରକ୍ରିୟା କିପରି ଭାବେ ଯାଞ୍ଚ ହୋଇଥିଲା ତାହା ବାଣପୁର ସବ-ରେଜିଷ୍ଟାରଙ୍କ ଭୂମିକାକୁ ନେଇ ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଉକ୍ତ ଜମି ଜାଲିଆତି ରେଜିଷ୍ଟ୍ରିକରଣ ପ୍ରକ୍ରିୟା ଅନ୍ତରାଳୟରେ କିଏ ଅଛି ? ତଦନ୍ତରେ ସତ୍ୟ ସାମ୍ନାକୁ ଆସିବା ପରେ କାହା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏ ଘଟଣାର ଚେର ଟାଙ୍ଗୀ ସବ୍ ରେଜିଷ୍ଟାର କାର୍ଯ୍ୟାଳୟ ରୁ ଆରମ୍ଭ ହୋଇ ବାଣପୁର କୁ ଲମ୍ବିଥିବା ଚର୍ଚ୍ଚା ହେଉଛି।

Post a Comment

0 Comments

Please Select Embedded Mode To show the Comment System.*