ଲାଞ୍ଚ ନେବା ପଡ଼ିଲା ମହଙ୍ଗା,ଭିଜିଲାନ୍ସ ହାତରେ ଧରାପଡିଲେ ବେଗୁନିଆ ତହସିଲଦାର।

utkalnews7
By
0


ଖୋର୍ଦ୍ଧା,୧୪।୧୨,(ଉତ୍କଳ ନ୍ୟୁଜ୍୭) : ଲାଞ୍ଚନେବା ପଡ଼ିଲା ମହଙ୍ଗା,ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲଦାର।ମିଳିଥିବା ସୂଚନା ଅନୁସାରେ,ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲଦାର ତଥା ଅନୁନିବନ୍ଧକ ପୃଥ୍ୱୀରାଜ ମଣ୍ଡଳ ଜମିର କିସମର ପରିବର୍ତ୍ତନ ପାଇଁ ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରାପଡିଛନ୍ତି । ତହସିଲଦାର ନିଜ କଳିଙ୍ଗନଗର ସ୍ଥିତ ବାସଭବନ ଆଗରୁ ଜମି କିସମ ପରିବର୍ତ୍ତନ ପାଇଁ ରଙ୍ଗ ବୋଲା ୪୫ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେଠାରେ ପୂର୍ବରୁ ଜାଲ ବିଛାଇ ଛକି ରହିଥିବା ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଥିଲେ।ପରେ ତହସିଲଦାରଙ୍କୁ ଧରି ବେଗୁନିଆ ତହସିଲ କାର୍ଯ୍ୟାଳୟର ବିଭନ୍ନ କାଗଜପତ୍ର ଭିଜିଲାନ୍ସ ଟିମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଞ୍ଚ କରୁଥିବା ଜଣାପଡିଛି।ଏନେଇ  ୯/୨୨ରେ ଏକ ମାମଲା ରୁଜୁ କରି ଭିଜିଲାନ୍ସ ଟିମ ଅଧିକ ଖୋଲତାଡ଼ ଜାରୀ ରଖିଥିବା ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*