ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ଅଭିଯୋଗ,ଥାନା ଅଧିକାରୀଙ୍କ ନିଲମ୍ବନ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ।

utkalnews7
By
0


ଫୁଲବାଣୀ, ୦୫।୦୮,(ଉତ୍କଳ ନ୍ୟୁଜ୍୭): କନ୍ଧମାଳ ଜିଲ୍ଲା ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ। ଏଥିରେ ଥାନା ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ। ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ସମେତ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ପୋଲିସ କର୍ମୀଙ୍କୁ ନିଲମ୍ବନ ଦାବି କରି ଫିରିଙ୍ଗିଆ ଠାରେ ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଗ୍ରାମବାସୀ। ଫଳରେ ଫୁଲବାଣୀ-ବାଲିଗୁଡ଼ା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।ଅଭିଯୋଗ ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଥାନା ଅଧିକାରୀଙ୍କ ସହ ଅନ୍ୟ କିଛି କର୍ମଚାରୀ ଏକ ବୋଲେରୋ ଗାଡିରେ ଜବତ ହୋଇଥିବା ଗଞ୍ଜେଇ ନେଉଥିବା ସମୟରେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ବରଞ୍ଜନ କହଁର ଓ ଗ୍ରାମବାସୀମାନେ ତାଙ୍କୁ ଅଟକାଇ ଥିଲେ। ଏହି ଗଞ୍ଜେଇ ବିକ୍ରି ଉଦ୍ଦେଶ୍ୟରେ ନିଆ ଯାଉଥିବା ଅଭିଯୋଗ କରିଛନ୍ତି ଲୋକେ। ଏହାର ଭିଡିଓ ରେକର୍ଡିଂ କରି ଭାଇରାଲ କରାଯାଇଛି। ଏହି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବନ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ। ଆଜି ଶତାଧିକ ଲୋକ ଫିରିଙ୍ଗିଆ ଠାରେ ବାଲିଗୁଡା-ଫୁଲବାଣୀ ମୂଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ଅଡ଼ି ବସିଛନ୍ତି ଗ୍ରାମବାସୀ ।

Post a Comment

0 Comments

Please Select Embedded Mode To show the Comment System.*