ନାବାଳିକା ବଳାତ୍କାରୀକୁ ଆଜୀବନ ଜେଲ୍ ଦଣ୍ଡ ସହ ୨୫ହଜାର ଟଙ୍କା ଅର୍ଥ ଦଣ୍ଡାଦେଶ।

 


ନବରଙ୍ଗପୁର,୩୧।୭,(ଉତ୍କଳ ନ୍ୟୁଜ୍୭) : ନାବାଳିକା କୁ ବଳାତ୍କାର ଘଟଣାରେ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ।ନବରଙ୍ଗପୁର ଏଡିଜେ ତଥା ପକ୍ସୋ ଜଜ୍ ପ୍ରଣତୀ ସାହା ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ତେନ୍ତୁଳିଖୁଣ୍ଟି ଥାନା କହ୍ନେଇମୁଣ୍ଡା ଗାଁର ପଦୁ ଅମନାତ୍ୟ । ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହିତ ୨୫ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଯୋଗ୍ୟଯେ, ୨୦୨୧ ଅକ୍ଟୋବର ୧୨ତାରିଖରେ ୫ବର୍ଷର ନାବାଳିକାଙ୍କ ବାପା ଓ ମା’ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଘରେ ପଶି ନାବାଳିକାଙ୍କୁ ଟେକି ନେଇ ବଳାତ୍କାର କରିଥିଲା । ଏହି ମାମଲାରେ ପରିବାର ପକ୍ଷରୁ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦେବା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ମାମଲାରେ ୧୫ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ପକ୍ସୋ ଜଜ୍ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସେହିଭଳି ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ ୮ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନସେବା ପ୍ରାଧୀକରଣ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଆଇନଜୀବୀ ସଚ୍ଚିଦାନନ୍ଦ ସ୍ୱାଇଁ ପରିଚାଳନା କରୁଥିଲେ।

Previous Post Next Post