ରଣପୁରରେ ସେବା ଉତ୍ସବ-୨୦୨୨ ଅନୁଷ୍ଠିତ।

utkalnews7
By
0



ରଣପୁର(ଉତ୍କଳ ନ୍ୟୁଜ୍୭): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୫ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -୨୦୨୨ର ୧୪ତମ ଦିବସରେ ରଣପୁର ବ୍ଲକର ବିଭିର୍ଣ୍ଣ ସ୍ଥାନରେ ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର,ସମାଜସେବୀ ଦାମୋଦର ସାହୁ, ଅମିତ କୁମାର,ପରମେଶ୍ୱର ସାହୁ,ଗୁଲସନ କୁମାର ଦାସ, ମଳୟରଂଜନ ସାହୁ, ସଂଜୟ କୁମାର ପରିଡା, ବିଶ୍ୱରଂଜନ ସାହୁ, ସମ୍ବିତ କୁମାର ସାହୁ,ସୋମ୍ୟା ସ୍ୱୟଂପ୍ରଭା, ରାଜଲକ୍ଷ୍ମୀ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ lଏହି ଉତ୍ସବ ମାଧ୍ୟମରେ ସାରା ନୟାଗଡ଼ରେ ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନ ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦିଆଯାଉଥିବା ନେଇ ଅତିଥି ମାନେ ମତ ରଖିଥିଲେ l ଅନ୍ୟପକ୍ଷେ ସନ୍ଧ୍ୟାରେ ରଣପୁର ସହର ସ୍ଥିତ ସହିଦ ରଘୁଦିବାକର ସ୍ମୃତି ମଣ୍ଡପ ଠାରେ ସେବା ଉତ୍ସବ ପକ୍ଷରୁ ଏକ ସାର୍ବଜନୀନ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ସେବା ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ଆର୍ତ୍ତତ୍ରାଣ ପ୍ରଧାନ ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଦାମୋଦର ସାହୁ, ଯୁବନେତା ଅଭିଷେକ ସାମନ୍ତରାୟ ଓ ସାମ୍ବାଦିକ ପ୍ରସନ ସାହୁ ପ୍ରମୁଖ ଏହି ସଭାରେ ମଂଚାସୀନ ହୋଇଥିଲେ l ସେବା ଓ ଦାନର ପରମ୍ପରାକୁ ଉତ୍ସବର ରୂପ ଦେଇ 15 ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ଜିଲ୍ଲାସ୍ଥରୀୟ ଉତ୍ସବ ଏକ ନିଆରା ପରିକଳ୍ପନା ବୋଲି ଉପସ୍ଥିତ ଅତିଥି ମାନେ ମତ ରଖିଥିଲେ l
Tags:

Post a Comment

0 Comments

Please Select Embedded Mode To show the Comment System.*