ରଣପୁର (ଉତ୍କଳ ନ୍ୟୁଜ୍୭): ନୟାଗଡ଼ ଜ଼ିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୨ନଂ ୱାର୍ଡ ସାନଗଡ଼ ଠାରେ ଥିବା ସି.ଏସ୍.ସି ଏକାଡେମୀରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି l ସିଏସସି ଏକାଡେମୀରେ କମ୍ପୁଟର ଅଧୟନ କରୁଥିବା ବିଦ୍ୟାର୍ଥୀ ମାନେ କିପରି ବ୍ୟାଙ୍କିଙ୍ଗ ଓ ଫାଇନ୍ସରେ କ୍ୟାରିୟର କରି ନିଯୁକ୍ତି ସୁଯୋଗ ପାଇପାରିବେ ସେସମ୍ପର୍କରେ ଅବଗତ କରାଯାଇଥିଲା l ଆଗାମୀ ଦିନରେ କମ୍ପୁଟର ଵିଦ୍ୟାର୍ଥୀ ମାନେ କିପରି ସଠିକ ରାସ୍ତାରେ କ୍ୟାରିୟର ଏବଂ ଏମ୍ପ୍ଲଆମେଣ୍ଟ ଆଦୃତ ନିଯୁକ୍ତି କରିପାରିବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି l ୨୮ଜଣ ବିଦ୍ୟର୍ଥୀ ଏହି ନିଯୁକ୍ତି ମେଳା ରେ ଯୋଗଦେଇଥିବା ବେଳେ ସି.ଏସ୍.ସି ଏକାଡେମୀର ମୁଖ୍ୟ ସୁବାଷ ଚନ୍ଦ୍ର ସାହୁ ଏବଂ ଡିଆଇସିଈ ଭୁବନେଶ୍ୱର ର ମୁଖ୍ୟ ମନ୍ମତ ମହାନ୍ତି ଉପସ୍ଥିତ ଥିଲେ l

0 Comments