ଘରୋଇ କ୍ଲିନିକ ଉପରେ ଡ୍ରଗ ସ୍କ୍ୱାଡ଼ ର ଚଢ଼ାଉ ପରେ ଖୋଲିଲା ଗୁମର,ବିନା ଲାଇସେନ୍ସରେ ଚାଲିଥିବା ଔଷଧ ବିକ୍ରୀ।

utkalnews7
By
0

ନୟାଗଡ଼,(ଉତ୍କଳ ନ୍ୟୁଜ୍୭)୨୦/୦୭ : ଚର୍ଚ୍ଚାରେ ପୁଣୀ ନୟାଗଡ଼ ଜିଲ୍ଲା।କେତେବେଳେ ଘରୋଇ କ୍ଲିନିକର ମନମାନିକୁ ନେଇ ଚର୍ଚ୍ଚା ଜାରୀ ରହିଥିବା ବେଳେ ଏବେ ଏକ୍ସପାଏରୀ ଇଞ୍ଜେକ୍ସନକୁ ନେଇ ଚର୍ଚ୍ଚାରେ।ବିନା ଔଷଧ ବିକ୍ରୀ ଲାଇସେନ୍ସରେ ଚାଲିଥିଲା ରୋଗୀଙ୍କ ଜୀବନ ସହ ଖେଳ। ଗତ କାଲି ଜଣେ ନାବାଳକକୁ ଏକ୍ସପାଏରୀ ଇଞ୍ଜେକ୍ସନ ଦେବା ଘଟଣାରେ ଆଜି ନୟାଗଡ ଜ଼ିଲ୍ଲା ଚାନ୍ଦପୁର ଠାରେ ଥିବା ରାମଚଣ୍ଡୀ ଘରୋଇ କ୍ଲିନିକ ଉପରେ ନୟାଗଡ ଡ୍ରଗ ସ୍କ୍ୱାର୍ଡର ଚଢ଼ାଉ । ନୟାଗଡ ଡ୍ରଗ ଇନ୍ସପେକ୍ଟର ପ୍ରିୟଙ୍କା ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଏକ ଟିମ ଘରୋଇ କ୍ଲିନିକର କାଗଜ ପତ୍ର ଯାଞ୍ଚ କରିବା ସହ ମେଡିସିନ ଗୁଡିକୁ ତନଖି କରିଥିଲେ । ତନଖି ପରେ ସମ୍ପୃକ୍ତ ଘରୋଇ କ୍ଲିନିକ ଔଷଧ ବିକ୍ରି କରିବା ପାଇଁ ଲାଇସେନ୍ସ ପାଇନଥିବା ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ରାମଚଣ୍ଡୀ ଘରୋଇ କ୍ଲିନିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ୍ରଗ ଇନ୍ସପେକ୍ଟର ପ୍ରିୟଙ୍କା ଚକ୍ରବର୍ତ୍ତୀ କହିଛନ୍ତି ।ସେପଟେ ଶିଶୁର ପରିବାର ଲୋକେ ରାମଚଣ୍ଡୀ ଘରୋଇ କ୍ଲିନିକ ବିରୁଦ୍ଧରେ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।



Tags:

Post a Comment

0 Comments

Please Select Embedded Mode To show the Comment System.*