ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଗଣତି ଆରମ୍ଭ, ଅପରାହ୍ନ ୪ଟାରେ ସ୍ପଷ୍ଟ ହେବ ଫଳାଫଳ।

utkalnews7
By
0


ନୂଆଦିଲ୍ଲୀ,୨୧।୭: ଆଜି ଆଉ କିଛି ଘଣ୍ଟା ପରେ ଦେଶକୁ ମିଳିବ ଦେଶର ୧୫ ତମ ରାଷ୍ଟ୍ରପତି। ସକାଳ ୧୧ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ସୁଦ୍ଧା ଫଳାଫଳ ସ୍ପଷ୍ଟ ହୋଇଯିବ। ସଂସଦ ଭବନରେ ୬୩ ନମ୍ବର ପ୍ରକୋଷ୍ଠରେ ଆରମ୍ଭ ହୋଇଛି ଭୋଟ ଗଣତି।ମଧ୍ୟାହ୍ନ ୨ଟା ୩୦ ମିନିଟ୍‌ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବାକୁ ଯିବେ। ରାଷ୍ଟ୍ରପତି ନିର୍ବାଚନରେ ବିଜୟକୁ ନେଇ ଆଶ୍ବସ୍ତ ରହିଛି ବିଜେପି। ପାର୍ଟି ବିଜୟ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛି। କେବଳ ସେତିକି ନୁହେଁ ମୁର୍ମୁଙ୍କ ବିଜୟ ପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୩ କିଲୋମିଟର ଲମ୍ବା ରୋଡ୍‌ ଶୋ କରିବା ସହ ଏହି କାର୍ଯ୍ୟକ୍ରମରେ ବହୁ କେନ୍ଦ୍ର ମନ୍ତ୍ରୀ ସାମିଲ ହେବେ।

Tags:

Post a Comment

0 Comments

Please Select Embedded Mode To show the Comment System.*